Latest Odisha News

BREAKING NEWS

ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୬ ବଖରା ଘର

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ବ୍ଲକ ହଳଦିଗଡିଆ ଗ୍ରାମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ଟି ପରିବାରର ୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଧାନ ଚାଉଳ ଆଦି ଖାଦ୍ୟ ସାମଗ୍ରୀ ଓ ବ୍ୟାପକ ଆସବାସପତ୍ର ପୋଡି ନଷ୍ଟ ହୋଇଛି ।

ଇଲେକ୍ଟ୍ରିକ୍ ସର୍ଟସର୍କିଟ ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ମଙ୍ଗଳବାର ଅପରାହ୍ନ ୧ଟା ସମୟରେ ହଳଦିଗଡ଼ିଆ ଗାଁର ଭାଗିରଥୀ ନାଥ ଙ୍କ ଘରେ ହଠାତ୍ ନିଆଁ ଲାଗି ମୃତ୍ୟୁଞ୍ଜୟ ନାଥ ଓ ଶ୍ରେହାନ୍ସୁ ପ୍ରସାଦ ନାଥ ଙ୍କ ଘରକୁ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ଏହା ୬ ବଖରା ଘରକୁ ପୋଡି ପାଉଁଶ କରିଦେଲା ।

ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ୬ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା।

ଏହି ସଙ୍କଟ ସମୟରେ ତୁରନ୍ତ ଏହି ୩ଟି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Leave A Reply

Your email address will not be published.