Latest Odisha News

BREAKING NEWS

ଏଥର ହେବନି ସ୍ୱତନ୍ତ୍ର ଓଜେଇଇ, ବି-ଟେକ୍ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ହେବନି ସ୍ୱତନ୍ତ୍ର ଓଜେଇଇ । ପ୍ରଥମ ଓଜେଇଇ ପରୀକ୍ଷାରେ ହିଁ ସବୁ ପ୍ରକାରର ପ୍ରବେଶିକା ପରୀକ୍ଷା କରାଯିବ। ପୂର୍ବରୁ ପ୍ରଥମ ଓଜେଇଇରେ ବି-ଫାର୍ମା, ଏମ୍‌-ଫାର୍ମା, ଏମ୍‌ବିଏ, ଏମ୍‌ସିଏ, ଲାଟାରାଲ ଏମ୍‌ବିଏ, ଲାଟାରାଲ ଏମ୍‌ସିଏ, ଏମ୍‌-ଆର୍କ ଭଳି ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯାଉଥିଲା । ଏବଂ ବି-ଟେକ୍ ପାଇଁ ଅଲଗା ପ୍ରବେଶିକା ପରୀକ୍ଷା କରାଯାଉଥିଲା ।

ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ ଗୋଟିଏ ଓଜେଇଇ ପରୀକ୍ଷା କରାଯିବ । ପ୍ରଥମ ପ୍ରବେଶିକା ପରୀକ୍ଷାରେ ହିଁ ବି-ଟେକ୍ ପରୀକ୍ଷା କରାଯିବ । ଓଜେଇଇ ପାଇଁ ଆଜିଠୁ ଆରମ୍ଭ ହୋଇଛି ଆବେଦନ । ମେ’ ୩୧ ତାରିଖ ଆବେଦନର ଶେଷ ତାରିଖ ରହିଛି । ଜୁନ୍ ୫ ସୁଦ୍ଧା ଫି’ ଦାଖଲ କରିବାକୁ ପଡିବ । ଜୁନ୍ ୧୭ ପରେ ସ୍ଥିତି ଦେଖି ଆଡମିଡ କାର୍ଡ ଓ ପରୀକ୍ଷା ଦିନ ଧାର୍ଯ୍ୟ ହେବ ।

Leave A Reply

Your email address will not be published.