Latest Odisha News

BREAKING NEWS

ବିଜୟୱାଡା କୋଭିଡ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟଣା: ଟ୍ୱିଟ କରି ଶୋକ ପ୍ରକାଶ କଲେ ଗୃହମନ୍ତ୍ରୀ

ବିଜୟୱାଡା: ଆନ୍ଧ୍ରପ୍ରଦେଶର ବିଜୟୱାଡା କୋଭିଡ୍ କେୟାର ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ଭୟାବହ ଅଗ୍ନିକାଣ୍ଡ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି ।

BjdElectrycity

ଏହି ଦୁଃଖଦ ଘଟଣାରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଶାହା ମୃତକଙ୍କ ପାଇଁ ଟ୍ୱିଟ କର ଶୋକ ପ୍ରକାଶ କରିବା ସହ ଆହତ ମାନଙ୍କ ଆଶ୍ୟୁ ଆରୋଗ୍ୟ କାମନା କରିଛନ୍ତି । ଏହାସହ ଆନ୍ଧ୍ର ସରକାରଙ୍କୁ ଏସଂକ୍ରାନ୍ତରେ କେନ୍ଦ୍ର ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବା ନେଇ ଶାହା ଆଶ୍ୱାସନା ଦେଇଛନ୍ତି।

ସୂଚନା ଅନୁସାରେ, ବିଜୟୱାଡା ସ୍ଥିତ ଏକ କୋଭିଡ କେନ୍ଦ୍ରରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୩୦ ରୁ ଅଧିକ ରୋଗୀ ଉପସ୍ଥିତ ଥିଲେ ।

ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେ‌ଳେ ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥାଇପାରେ ବୋଲି ଆଶାଙ୍କା କରାଯାଉଛି।

Leave A Reply

Your email address will not be published.