Latest Odisha News

BREAKING NEWS

ରାଜଧାନୀରେ ବିଏମସି ବଢାଇଛି କୋଭିଡ୍‌ ପରୀକ୍ଷା ସୁବିଧା

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ଲାଗି ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟେଷ୍ଟ ସୁବିଧା ବଢାଇ ଦିଆଯାଇଛି । ବୁଧବାର ୨୨୮୫ ଜଣଙ୍କର ଟେଷ୍ଟ କରାଯାଇଥିଲା ବେଳେ ଏହା ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ୨୦୧୦ ଜଣଙ୍କର ଟେଷ୍ଟ କରାଯାଇଥିଲା । ଗତକାଲି ବିଏମସି ପକ୍ଷରୁ କରାଯାଇଥିଲା ସମୀକ୍ଷା ବୈଠକରେ ଏ ନେଇ ଆଲୋଚନା ହୋଇଥିଲା ।

ସୂଚନା ଅନୁଯାୟୀ, ଗତ ସାତ ଦିନ ମଧ୍ୟରେ ୧୭,୬୩୪ ଜଣଙ୍କର ପରୀକ୍ଷା ହୋଇଛି । ଏଥି ପାଇଁ ୧୪ଟି ଟିମ କାମ କରୁଛନ୍ତଚି । ଆଜି ଯାଏଁ ମୋଟ ସରକାରୀ ଓ ଘରୋଇ ହସ୍ପିଟାଲରେ ମୋଟ ୭୦ ହଜାର ୧୧୪ଜଣଙ୍କ ପରୀକ୍ଷ ହୋଇଛି । କେବଳ କ୍ୟାପିଟାଲ ହସ୍ପିଟାଲରେ ୫୬ ହଜାର ୮୧୪ ଜଣଙ୍କର ପରୀକ୍ଷା କରାଯାଇଛି ।
ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଏମସି ପକ୍ଷରୁ ନିୟମିତ ସଚେତନତା ପ୍ରଚାର ଗାଡି, କର୍ମୀ ଦ୍ୱାରା ପ୍ରଚାର, ମାର୍କେଟ୍ ଅଂଚଳରେ ସଚେତନତା ଆଦି କାର୍ଯ୍ୟକ୍ରମ କରାଯାଉଛି ।

ଏଥି ସହ ସାମାଜିକ ଦୂରତା ମାନିବା, ମାସ୍କ ବ୍ୟବହାର କରିବା ସହ ପରିବେଶ ପରିଷ୍କାର ରଖିବା ନେଇ ଲୋକଙ୍କୁ ପରାମର୍ଶ ଦିଆଯାଉଛି ।

Leave A Reply

Your email address will not be published.