Latest Odisha News

ଖୋଲିବ ବରମୁଣ୍ଡା ଫାୟାର ପାର୍କ, ଲୋକେ ହେବେ ସଚେତନ

ଭୁବନେଶ୍ୱର: ବରମୁଣ୍ଡା ସ୍ଥିତ ‘ଫାୟାର ପାର୍କ’ ତଥା ଓଫଡ୍ରା (ଓଡ଼ିଶା ଫାୟାର ଆଣ୍ଡ୍ ଡିଜାଷ୍ଟର ରେସ୍ପନ୍ସ ଏକାଡେମୀ) ଆସନ୍ତା ଶନିବାର ମେ ୨୧ ଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ । ଏନେଇ ଅଗ୍ନିଶମ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ କରି ଯୋଗ ଦେଇଥିବା ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ସଚେତନତା ପାଇଁ ସର୍ବସାଧାରଣଙ୍କୁ ପ୍ରବେଶ କରିବାକୁ ବିଭାଗ ଏହି ବ୍ୟବସ୍ଥା କରିଛି । ଗତ ବର୍ଷ ଜାନୁଆରୀ ରୁ ଏହା କାର୍ଯ୍ୟକାରୀ ହୋଇଛି । ଆସନ୍ତା ୨୧ ତାରିଖରୁ କେବଳ ଶନିବାର ଏହି ପାର୍କ ଅପରାହ୍ନ ୩.୩୦ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହି ପାର୍କ ଖୋଲା ରହିବ ।

ଏଠାକୁ ଆସୁଥିବା ଲୋକଙ୍କ ଆଗ୍ରହ ଦେଖି ଆଗକୁ ବାରମ୍ବାରତା ବଢ଼ାଯିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ସପ୍ତାହକୁ ଦସ୍ୱବ କିମ୍ବା ତିନି ଦିନ ପାର୍କ ଖୋଲିବାକୁ ଯୋଜନା କରାଯିବ ବୋଲି ଓଫଡ୍ରା ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଆଗ୍ରହୀ ପାର୍କରେ ପରିଦର୍ଶନ ସମୟରେ କୋଭିଡ୍ ନିୟମକୁ ଅବଲମ୍ବନ କରିବାକୁ କୁହାଯାଇଛି ।

Leave A Reply

Your email address will not be published.