Latest Odisha News

BREAKING NEWS

ଟ୍ରେଲବ୍ଲେଜର୍ସ ଟିମରେ ୨ ଓଡିଆ

ଭୁବନେଶ୍ୱର: ମହିଳା ଟି୨୦ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଂଟ ପାଇଁ ସୋମବାର ବିସିସିଆଇ ଟ୍ରେଲବ୍ଲେଜର୍ସ, ସୁପରନୋଭାସ ଓ ଭେଲେସିଟି ଟିମ ପାଇଁ ଖେଳାଳି ଚୟନ କରିଛି । ଟ୍ରେଲବ୍ଲେଜର୍ସ ଟିମରେ ୨ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ପ୍ରିୟଙ୍କା ପ୍ରିୟଦର୍ଶନୀ ଓ ସୁଜାତା ମଲ୍ଲିକ । ଉଭୟ ଖେଳାଳି ସେମାନଙ୍କ ପ୍ରଦର୍ଶନ ମାଧ୍ୟମରେ ଚୟନ କମିଟିକୁ ପ୍ରଭାବିତ କରି ପାରିଛନ୍ତି । ପୁଣେରେ ମେ ୨୩ରୁ ୨୮ ପର୍ଯ୍ୟନ୍ତ ୩ଟି ଟିମକୁ ନେଇ ଏହି ମୁକାବିଲା ହେବ । ଟ୍ରେଲବ୍ଲେଜର୍ସ ଟିମର ନେତୃତ୍ୱ ସ୍ମୃତି ମାନ୍ଧନା ନେବେ । ଭାରତୀୟ ମହିଳା ସିଲେକ୍ସନ କମିଟି ଏହି ଖେଳାଳି ଚୟନ କରିଛି ।

ଭାରତୀୟ ଖେଳାଳିଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ଏହି ଲିଗରେ ଖେଳିବେ । ଖୁବ୍ ଶୀଘ୍ର ଅଧିକ ଟିମକୁ ନେଇ ମହିଳା ଆଇପିଏଲ ମ୍ୟାଚ ଖେଳାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.