Latest Odisha News

BREAKING NEWS

ଜଙ୍ଗଲରୁ ଲିଭୁନି ନିଆଁ, ସଙ୍କଟରେ ବନ୍ୟ ଜନ୍ତୁ

କେନ୍ଦୁଝର :ଜଙ୍ଗଲରୁ ଲିଭୁନି ନିଆଁ । କିଛି ଦିନ ଧରି ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାରେ ନାଁ ନେଉନି । ଏନେଇ ସଙ୍କଟରେ ପଡିଛନ୍ତି ବନ୍ୟ ପ୍ରାଣୀ। ଜଳୁଛି ତେଲକୋଇ ସଂରକ୍ଷିତ ଜଙ୍ଗଲ । ନିଆଁର ଆଁ ଭିତରେ ରହିଛି କୁଇଲିସୂତା ଗାଁର ମାଟିହୁଳି ଜଙ୍ଗଲ । ଜଳୁଛି ଜଙ୍ଗଲ ଆଉ ସଙ୍କଟରେ ବନ୍ୟଜନ୍ତୁ ।

ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର ଭିମକାଣ୍ଡ ପଞ୍ଚାୟତ କୁଇଲିସୂତା ଗାଁ ନିକଟ ମାଟିହୁଳି ଜଙ୍ଗଲ ଏବେ ନିଆଁର ଆଁ ଭିତରେ ରହିଛି । ଜଙ୍ଗଲ  ନିଆଁରେ ମୂଲ୍ୟବାନ ଗଛ  ଜଳିଯିବା ସହ ଔଷଧୀୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଗଲାଣି । ଜଙ୍ଗଲରେ ଥିବା  ବାରାହା୍, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ  ହେଉଛନ୍ତି ।

ଫଳରେ ହରିଣ, କୁଟୁରା ଭଳି ବନ୍ୟଜନ୍ତୁ ଶିକାରୀ କୁକୁରଙ୍କ ହାବୁଡରେ ପଡି ପ୍ରାଣ ହରାଉଛନ୍ତି ।  ୬ ଦିନ ହେବ ତେଲକୋଇ ରେଞ୍ଜର ବିଭିନ୍ନ ଜଙ୍ଗଲରେ ନିଆଁ ତାଣ୍ଡବଲୀଳା ସୃଷ୍ଟି କରିଚାଲିଛି।

ମାର୍ଚ୍ଚ ପ୍ରଥମ ସପ୍ତାହରୁ ସର୍ବଗ୍ରାସୀ ନିଆଁ ଯେଭଳି ଭାବରେ ଉଗ୍ର ରୂପ ଧାରଣ କଲାଣି, ବେଳ ଥାଉଁ ଥାଉଁ ବନବିଭାଗ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଶହ ଶହ ହେକ୍ଟର ମୂଲ୍ୟବାନ ଜଙ୍ଗଲ ସହ ବିରଳ ପ୍ରଜାତିର ବଜ୍ରକାପ୍ତା ଓ ଅନ୍ୟ ଜୀବଜନ୍ତୁ ଲୋପ ପାଇବାର ଆଶଙ୍କା ଦେଖାଦେଇଛି ।

Comments are closed, but trackbacks and pingbacks are open.