Latest Odisha News

BREAKING NEWS

ଟାଟା ପାଓ୍ୱାର ଜେନେରାଲ୍ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ୱଲପୁର: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିତରଣକାରୀ ସଂସ୍ଥାର ଜେନେରାଲ୍ ମ୍ୟାନେଜର । ଟାଟା ପାଓ୍ୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିଃର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଝା ମାରିଛି ଭିଜିଲାନ୍ସ । ସମ୍ୱଲପୁର ଓ ବରଗଡ଼ରେ ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି ।

ସମ୍ୱଲପୁର ଜିଲ୍ଲା ପ୍ରଧାନପାଟ ସ୍ଥିତ ଘର, ବୁର୍ଲା ସ୍ଥିତ ଅଫିସ ଓ ବରଗଡ଼ ଜିଲ୍ଲା ଅତାବିରା ସ୍ଥିତ ପୈତୃକ ଘରେ ଚଢାଉ ଚାଲିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ନଗଦ ୬ ଲକ୍ଷ ୨୮ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।

ଚଢାଉରେ  ଜଣେ ଡିଏସ୍‌ପି, ୬ ଜଣ ଇନ୍‌ସ୍ପେକ୍ଟର, ଦୁଇ ଜଣ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଚଢ଼ାଉ ସରିବା ପରେ ଓ ଆକଲ ପରେ ଜଣା ପଡ଼ିବ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ସନ୍ତୋଷ କୁମାର ଦର୍ଜି ।

Comments are closed, but trackbacks and pingbacks are open.