Latest Odisha News

BREAKING NEWS

ବେଆଇନ ଗ୍ୟାସ ସିଲିଣ୍ଡର ଦୋକାନରେ ଲାଗିଲା ନିଆଁ, ବୃଦ୍ଧାଙ୍କୁ ଉଦ୍ଧାର କଲା ଅଗ୍ନିଶମ

ସୁବର୍ଣ୍ଣପୁର : ବେଆଇନ ଗ୍ୟାସ ସିଲିଣ୍ଡର କାରବାର ପଡ଼ିଲା ମହଙ୍ଗା । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସହଲା ରୋଡ଼ ଥିବା ନିରାକାର ମେହେର ନିଜ ଦୋକାନରେ ଗ୍ୟାସ ସିଲିଣ୍ଡର ବେଆଇନ ଭାବେ ଗଚ୍ଛିତ ରଖି ବ୍ୟବସାୟ କରୁଥିଲେ । ତେବେ ହଠାତ ଗ୍ୟାସ ସିଲିଣ୍ଡର ରେ ନିଆଁ ଲାଗିବାରୁ ଦୋକାନଟି ସଂପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଛି ।

ପରିବାର ଲୋକେ ଅଳ୍ପକେ ରକ୍ଷା ପାଇଥିବା ଜଣାପଡିଛି । ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ନିରାକାର ମେହେର ନିଜ ପୂଜା ଦୋକାନରେ ବସି ବିଭିନ୍ନ ସାମଗ୍ରି ବିକୁଥିବା ବେଳେ ଦୋକାନରେ ଥିବା ଏକ ଗ୍ୟାସ ସିଲିଣ୍ଡରରେ ହଠାତ ନିଆଁ ଲାଗିଯାଇଥିଲା। ବହୁ ସଂଖ୍ୟାରେ ଗ୍ୟାସ ସିଲିଣ୍ଡର ଥିବାରୁ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ନିଆଁ ବ୍ୟାପିବା ପରେ ସଙ୍ଗେ ସଙ୍ଗେ ଡୁଙ୍ଗୁରିପାଲି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୋକାନ ଗୃହର ତଳ କୋଠାରେ ଫସିଥିବା ଜଣେ ବୃଦ୍ଧାଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ତୁଙ୍ଗୁରିପାଲି ଡାକ୍ତରଖାନାକୁ ନେଇଥିଲା । ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ଠିକ ଥିବା ଜଣାପଡିଛି ।

Comments are closed.