Latest Odisha News

BREAKING NEWS

ନାକେଦମ ହେଲେଣି ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ, ତଥାପି ଥମୁନି ନିଆଁ

ପୁରୀ:ଆୟତ୍ତ ହୋଇ ପାରୁନି ନିଆଁ । ନାକେଦମ ହେଲେଣି ଅଗ୍ନିଶମ ବିଭାଗ । ଭିତର ବନ୍ଦ ରହିଥିବା କୋଠରୀ ର ସାମଗ୍ରୀରେ ନିଆଁ ଏଯାବତ କୁହୁଳୁଥିବାର ଜଣାପଡୁଛି ।ଏବଂ ଉତ୍ତାପର ପରିମାଣ ଏତେ ଅଧିକା ରହିଛି ଦୋକାନର ସଟର କିଛି ମାତ୍ରାରେ ତରଳିବାରେ ଲାଗୁଛି । ଏପରି ଭୟାବହ ସ୍ଥିତି ଦେଖିବାକୁ ମିଳିଛି ପୁରୀରେ ।

ପୁରୀ ବଡଦାଣ୍ଡରେ  ମରିଚିକୋଟ୍ ଛକରେ ଥିବା   ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ କୋଠାରେ ଗତକାଲି ରାତିରେ ନିଆଁ ଲାଗି ଯାଇଥିଲା । ନିଆଁ ଲିଭାଇବା ପାଇଁ  ଅଗ୍ନିଶମ ବିଭାଗ ଲାଗି ପଡିଥିଲା ।  ଦୀର୍ଘ ୧୨ ଘଣ୍ଟା ପରେ ବି ନିଆଁ ଅଣାୟତ ।ପରିସ୍ଥିତି ଅସମ୍ଭାଳ ହେବାରୁ ଓଡ୍ରାଫ ଟିମ୍କୁ ଉଦ୍ଧାର କାର୍ଯ୍ୟରେ  ନିୟୋଜିତ କରାଯାଇଥିଲା ।ଯଦିଓ କୌଣସି ଜୀବନ ହାନି ହୋଇନାହିଁ, କିନ୍ତୁ ନିଆଁ ଆୟତ୍ତକୁ ଆସୁ ନ  ଥିବାରୁ ଚିନ୍ତା ବଢୁଛି । ଧୀରେ ଧୀରେ ବିପଦଶଙ୍କୁଳ ହୋଇପଡୁଛି ପୁରୀ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ କୋଠା ।

ନିଆଁର ଉତ୍ତାପ ଏତେ ମାତ୍ରାରେ ରହିଛି ଭିତରକୁ ନିଆଁଲିଭା ଟିମକୁ ଯିବାପାଇଁ ନାକେଦମ ହେବାକୁ ପଡୁଛି । ଭିତର ବନ୍ଦ ରହିଥିବା କୋଠରୀ ର ସାମଗ୍ରୀରେ ନିଆଁ ଏଯାବତ କୁହୁଳୁଥିବାର ଜଣାପଡୁଛି । ନିଆଁତାତିରେ ଦୋକାନର ସଟର କିଛି ମାତ୍ରାରେ ତରଳିବାରେ ଲାଗୁଛି । କିଛି କାଚ ମଧ୍ୟ ନିଆଁ ପ୍ରଭାବରୁ ଫାଟି ଯାଇଥିବା ଦେଖିବାକୁ ମିଳିଛି ।   ଦୋକାନ ସବୁର ସଟର କାଟି ନିଆଁ ଲିଭାଇବା ପାଇଁ ଆପ୍ରାଣ ଚେଷ୍ଟା କରାଯାଉଛି ।

ସେପଟେ ଅଗ୍ନିଶମ ବିଭାଗର ଡେପୁଟି ଫାୟାର ଅଫିସର ଏବଂ ପୁରା ଫାୟାର ଟିମ ନିଜର ଦମ ଲଗାଇଛନ୍ତି ।  ଓଡ୍ରାଫ ଟିମ ମଧ୍ୟ ନିଜର ପ୍ରଚେଷ୍ଟା ଜାରି ରଖିଛି। ସେପଟେ ଅନେକ ପର୍ଯ୍ୟଟକଙ୍କ ଆସବାବପତ୍ର ଏବେ ଭିତରେ ରହିଛି । ଅନ୍ୟପଟରେ ଭିତରେ ଗୋଟିଏ ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ଥିବାରୁ  ତାହାର କ’ଣ କ୍ଷୟକ୍ଷତି ହୋଇଛି ସେ ନେଇ ସ୍ପଷ୍ଟ କିଛି ଜଣାପଡିନି ।

ଘଟଣା ନେଇ   ପୁରୀ ଏସପି କନୱର ବିଶାଲ ସିଂ  କହିଛନ୍ତି ସେ ଏ ସମ୍ପର୍କରେ ଅଗ୍ନିଶମ ଡିଜିଙ୍କ ସହ କଥା ହୋଇଛନ୍ତି । ନିଆଁକୁ ଆୟତ୍ତ କରିବାକୁ ଆହୁରି ୨ରୁ ୩ ଘଣ୍ଟା ସମୟ ଲାଗିବ । ନିଆଁ ବ୍ୟାପିବା ଆଶଙ୍କା ଥିବାରୁ ଆଖପାଖ ଦୋକାନ ଖାଲି କରାଯାଇଛି । ସୁରକ୍ଷା ପାଇଁ ଘଟଣା ସ୍ଥଳରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।

ଘଟଣାରେ ୨ ଜଣ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ  ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛ । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିସହିତ  ଅନେକ ପର୍ଯ୍ୟଟକ ମଧ୍ୟ ଅସୁସ୍ଥ ହୋଇ ପଡିଛନ୍ତି ।     ଘଟଣା ସ୍ଥଳରେ ୧୦୦ରୁ ଅଧିକ ଦମକଳ କର୍ମଚାରୀ ଓ ଏକାଧିକ ଦମକଳ ଗାଡ଼ି, ଓଡ୍ରାଫ ଟିମ୍ ନିଆଁକୁ ଆୟତ କରିବାକୁ ଲାଗି ପଡିଛନ୍ତି ।

Leave A Reply

Your email address will not be published.