Latest Odisha News

BREAKING NEWS

ଗାଁରେ ବୁଲୁଛି ବାଘ: ଲୋକେ ଛାନିଆ

ବଲାଙ୍ଗୀର: ଗାଁରେ ବୁଲୁଛି ବାଘ । କେତେବେଳେ ରାସ୍ତା ଉପରେ ତ କେତେବେଳେ ପାଚେରୀ ଉପରେ । ଭୟରେ ଲୋକ ଘରୁ ବାହାରୁ ନାହାନ୍ତି । ବିଶେଷ କରି ସନ୍ଧ୍ୟା ହେଲେ ପଡି ଯାଉଛି ତାଟିକବାଟ । ଏ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରକୁ ଲାଗି ଥିବା କୁର୍ଲି ଗାଁରେ  । ଗାଁରେ ଏବେ ଖେଳି ଯାଇଛି ବାଘ ଆତଙ୍କ।

ଏକ ଛୋଟ ପୋଲ ଉପରେ କଲରାପତରିଆ  ବାଘ  ଘୁରି ବୁଲୁଥିବାର ଏକ ଭିଡିଓ ଭାଇରାଲ ହୋଇଛି  । ଭିଡ଼ିଓଟି କୁର୍ଲି ଗାଁର ବୋଲି ପ୍ରଚାର ହେବ ପରେ ଭୟଭୀତ ଗାଁ ଲୋକେ | ଏପରିକି କଥାଟି ପ୍ରଚାର ହେବ ପରେ କୁର୍ଲି ଗାଁକୁ ଲାଗିଥିବା କଣ୍ଟାବାଞ୍ଜି ସହରବାସୀ ମଧ୍ୟ ଭୟଭୀତ ଓ ଆତଙ୍କିତ  । ଗାଁ ଲୋକେ ଭୟରେ ଥିବା ଜାଣିବା ପରେ ରାତିରେ ଗାଁକୁ ନିଜେ କଣ୍ଟାବାଞ୍ଜି ରେଞ୍ଜର ଏବଂ ଫରେଷ୍ଟ ଟିମ ପହଞ୍ଚିଛନ୍ତି | ଲୋକଙ୍କୁ ଭୟଭୀତ ନହେବା ପାଇଁ ବୁଝାଉଛନ୍ତି  ।

କିନ୍ତୁ ଗତ କିଛି ବର୍ଷ ତଳେ ଏକ ଚିତା ବାଘ କୁର୍ଲି ଗାଁକୁ ପଶି ଆସି ଆତଙ୍କ ଖେଳାଇଥିଲା | ପୋଲିସ ଓ ଫରେଷ୍ଟ ବିଭାଗ ନାକେଦମ ହୋଇ ବାଘକୁ କାବୁ କରିଥିଲେ | ତେଣୁ ପୁଣି ଠାରେ ବାଘ ଆତଙ୍କ ଦେଖାଦେଇଥିବାରୁ ଭୟଭୀତ ହୋଇପଡିଛନ୍ତି କୁର୍ଲି ଓ କଣ୍ଟାବାଞ୍ଜି ସହରର ଲୋକେ | ସେପଟେ ଭାଇରଲ ଭିଡ଼ିଓ ର ସତ୍ୟତା ନେଇ ଛନଭିନ କରୁଛି ଜଙ୍ଗଲ ବିଭାଗ |

 

Leave A Reply

Your email address will not be published.