Latest Odisha News

BREAKING NEWS

ବିଲେଇକୁ ଉଦ୍ଧାର କରିବା ପରେ କାହିଁକି କାନ୍ଦି ପକାଇଲେ ଅଗ୍ନିଶମ କର୍ମଚାରୀ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜଣେ ଅଗ୍ନିଶମ କର୍ମଚାରୀ ବିଲେଇ ଉଦ୍ଧାର କରିବା ସମୟର ଏକ ହୃଦୟସ୍ପର୍ଶୀ ଭିଡିଓ ଇଣ୍ଟରନେଟରେ ବେଶ୍‌ ଭାଇରାଲ ହେଉଛି। ୨୮ ସେକେଣ୍ଡର କ୍ଲିପ୍ ଟ୍ୱିଟରରେ ମେଡ ୟୁ ସ୍ମାଇଲ ନାମକ ଏକ ଆକାଉଣ୍ଟ ଦ୍ୱାରା ପୋଷ୍ଟ କରାଯାଇଥିଲା। ଅନଲାଇନରେ ଉପଲବ୍ଧ ହେବାର ତିନି ଘଣ୍ଟା ମଧ୍ୟରେ ଏହାକୁ ପ୍ରାୟ ୨ ଲକ୍ଷ ଥର ଦେଖାଯାଇସାରିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଲେଇଟି ହଠାତ୍ ଏକ ରାସ୍ତାରେ ଥିବା ଏକ ଖୋଲା ଗର୍ତ୍ତରେ ପଡ଼ି ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖିବାକୁ ମିଳିଛି। ଅଗ୍ନିଶମ କର୍ମଚାରୀ ବିଲେଇର ଚିତ୍କାର ଶୁଣି ତୁରନ୍ତ ତାକୁ ଗର୍ତ୍ତରୁ ବାହାର କରିଥିଲେ।

ଏହି ଘଟଣା ତାଙ୍କୁ ଏତେ ଭାବପ୍ରବଣ କରିଥିଲା ଯେ ବିଲେଇଟିକୁ ଉଦ୍ଧାର କରିବା ପରେ ସେ ବିଲେଇଟିକୁ ହାତରେ ଧରି କାନ୍ଦିବାକୁ ଲାଗିଲେ। ଏହାପରେ ଏହି ଭିଡିଓଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଭିଡିଓ

 

Comments are closed.