ସୁନ୍ଦରଗଡ଼:ସୁନ୍ଦରଗଡ଼ ଟାଉନ ଥାନା ମିଶନ ରୋଡରେ ଗୁଳିମାଡ । କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ମା ତାରିଣୀ ଟ୍ରାନ୍ସପୋର୍ଟର ମାଲିକ ସଞ୍ଜୟ ନନ୍ଦଙ୍କ ଘର ଉପରକୁ ରାତିରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ।
ବିଳମ୍ବିତ ରାତିରେ କାର୍ ରେ ଆସି ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଏମସିଏଲରେ କୋଇଲା ପରିବହନକୁ ନେଇ ବିବାଦରୁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି।
ଭାଗ୍ୟବଶତଃ କାହାର କିଛି କ୍ଷତି ହୋଇ ନାହିଁ । ଏହି ଘଟଣାରେ ଘର ସାମ୍ନାରେ ଥିବା ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରୁ ଖୋକା ଜବତ କରାଯାଇଛି ।