ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ପୁଣିଥରେ ଗୁଳି ଫୁଟିବା ଘଟଣା ନଜରକୁ ଆସିଛି । ଜାମିଆ ମିଲିଆ ଇସ୍ଲାମିୟା ବିଶ୍ୱବିଦ୍ୟାଳୟର ଗେଟ୍ ନଂ-୫ରେ ଗତକାଲି ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଗୁଳିମାଡ କରିଛି ।
ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
Delhi: Crowd gathers outside Jamia Millia Islamia University. An incident of firing near gate number 5 of the university, by two scootey-borne unidentified people, was reported earlier tonight. No injuries were reported in the incident. pic.twitter.com/sQGuTlZfuw
— ANI (@ANI) February 2, 2020
ପ୍ରାପ୍ତ ସୂଚନାନୁଯାୟୀ ରବିବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ବିଦ୍ୟାଳୟ ପରିସରରେ ଫାଙ୍କା ଗୁଳିଚାଳନା କରିବା ପରେ ବାଇକ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ କିଛି ଦୁବୃର୍ତ୍ତ ଏକ ଲାଲ୍ ସ୍କୁଟିରେ ଆସିବା ଫାୟାରିଂ କରିଥିବା ବେଳେ ଏଥିରେ କେହି ଆହତ ହୋଇନାହାଁନ୍ତି ।
ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଆକ୍ରୋଶର ଶୀକାର ହୋଇଥିଲେ ସେମାନେ ।
ଅଧିକ ପଢନ୍ତୁ: ସିଏଏ ପ୍ରଦର୍ଶନ ବେଳେ ଜାମିଆ ବିଶ୍ୱବିଦ୍ୟାଳୟରେ ଫୁଟିଲା ଗୁଳି
ତେବେ ପୂର୍ବରୁ ମଧ୍ୟ ବିଦ୍ୟାଳୟରେ ଏଭଳି ଗୁଳିମାଡ ହୋଇଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୁତ୍ରରୁ ପ୍ରକାଶ ।
Comments are closed.