Latest Odisha News

ଠିକା କମ୍ପାନୀର ଗେଷ୍ଟ ହାଉସରେ ଗୁଳିମାଡ଼ ଘଟଣା, ଶ୍ରମିକ ନେତାଙ୍କ ସହ ୩ ଗିରଫ

ପାରାଦୀପ: ନୂଆବର୍ଷରେ ଶୁଭେଚ୍ଛା ଜଣାଇବାକୁ ଆସି ଠିକା କମ୍ପାନୀରେ ଗୁଳିମାଡ଼ ଘଟଣା । ବନ୍ଧାହେଲେ ଶ୍ରମିକ ନେତାଙ୍କ ସହ ୩ ଜଣ । ପାରାଦୀପ ଆଦର୍ଶ ଥାନା ପୋଲିସସ ଗେଷ୍ଟ ହାଉସରେ ଗୁଳିମାଡ଼ କରିଥିବା ଖୋର୍ଦ୍ଧା ଜିଲ୍ଲା ନାରାକାରପୁରର ବାପି ପ୍ରଧାନ, କେନ୍ଦୁଝରର ନନ୍ଦିପଡ଼ାର ପ୍ରଭାସ ଚନ୍ଦ୍ର ବେହେରାଙ୍କ ସହ ଶ୍ରମିକ ନେତା ରାକେଶ ପଟ୍ଟନାୟକଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବନ୍ଧୁକ, ୫ ରାଉଣ୍ଡ ଗୁଳି ଓ ଗୋଟିଏ ମୋବାଇଲ ଜବତ କରାଯାଇଛି । ଦାଦା ବଟି ପାଇଁ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

ନୂଆବର୍ଷ ଦିନ ତାରିଣୀଗଡ଼ା ସ୍ଥିତ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ଗେଷ୍ଟ ହାଉସ ଭିତରେ ପଶି ରୋଷେୟା ଶିବାଶିଷ ଜେନାଙ୍କୁ ଆକ୍ରମଣ କରିଥିଲେ । କମ୍ପାନୀର ଜେନେରାଲ ମ୍ୟାନେଜରଙ୍କୁ ଖୋଜି ନ ପାଇବା ପରେ ଦୁଇ ରାଉଣ୍ଡ ଗୁଳି କରିଥିଲେ । ଗୋଟିଏ ଗୁଳି କାଠ ଚେୟାରରେ ବାଜିଥିବା ବେଳେ ଅନ୍ୟଟି ଝରକାରେ ବାଜିଥିଲା । ଏନେଇ କମ୍ପାନୀର ସୁପରଭାଇଜର ସୁଭ୍ରଜିତ ଦଳାଇ ପାରାଦୀପ ଆଦର୍ଶ ଥାନାରେ ଏତଲା ଦେଇଥିଲେ ।

Comments are closed.