Latest Odisha News

BREAKING NEWS

ପ୍ରକାଶିତ ହେଲା +୨ କଟ୍ ଅଫ୍ ମାର୍କ: କେଉଁ କଲେଜରେ କେତେ ପ୍ରତିଶତ

ଭୁବନେଶ୍ୱର : ଯୁକ୍ତ ୨ରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଶୁକ୍ରବାର ଦିନ ପ୍ରକାଶ ପାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ସେପ୍ଟେମ୍ବର ୨୧ରୁ ୨୬ ତାରିଖ ମଧ୍ୟରେ ଆଡମିଶନ କରିପାରିବେ । ଜାଣନ୍ତୁ, ରାଜ୍ୟର କେଉଁ କଲେଜରେ ରହିଛି ସର୍ବାଧିକ କଟ୍ ଅଫ୍ ମାର୍କ…

+୨ କଟ୍ ଅଫ୍ ମାର୍କ, ତିନି ଷ୍ଟ୍ରିମରେ ରେଭେନ୍ସା ଆଗରେ । ବିଜ୍ଞାନରେ ରେଭେନ୍ସାର କଟ୍ ଅଫ୍ ମାର୍କ ୮୯% । କଳାରେ କଟ୍ ଅଫ୍ ମାର୍କ ସର୍ବାଧିକ ୭୨.୫% । ବାଣିଜ୍ୟରେ କଟ୍ ଅଫ୍ ମାର୍କ ୭୫.୮୩%।

ରାଉରକେଲା ସରକାରୀ ଜୁନିୟର କଲେଜରେ କଳା ବିଭାଗ ପାଇଁ କଟ୍ ଅଫ୍ ମାର୍କ ୬୭.୮୩% ପ୍ରତିଶତ, ବାଣିଜ୍ୟ ବିଭାଗ ପାଇଁ କଟ୍ ଅଫ୍ ମାର୍କ ୭୫.୫% ପ୍ରତିଶତ ରହିଛି।

ବିଜ୍ଞାନରେ ବିଜେବି କଲେଜର କଟ୍ ଅଫ୍ ମାର୍କ ୮୮.୬% ରହିଛି । କଳାରେ ବିଜେବି କଲେଜରେ କଟ୍ ଅଫ୍ ମାର୍କ ୭୧.୮୩% ଓ ବାଣିଜ୍ୟରେ କଟ୍ ଅଫ୍ ମାର୍କ ୭୪% ରହିଛି ।

ଶୈଳବାଳାରେ କଳା ବିଭାଗ ପାଇଁ କଟ୍ ଅଫ୍ ମାର୍କ ୬୭.୩୩ ପ୍ରତିଶତ ଥିବାବେଳେ ବାଣିଜ୍ୟ ବିଭାଗ ପାଇଁ କଟ୍ ଅଫ୍ ମାର୍କ ୭୦ ପ୍ରତିଶତ ରହିଛି।

Leave A Reply

Your email address will not be published.