Latest Odisha News

BREAKING NEWS

ଗୁଗୁଲ ପ୍ଲେ-ଷ୍ଟୋରରୁ ହଟିଲା ପେଟିଏମ୍ ଆପ୍‌, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର : ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ଆପ୍ଲିକେସନ ପେଟିଏମକୁ ପ୍ଲେ-ଷ୍ଟୋରରୁ ହଟାଇ ଦେଇଛି ଗୁଗୁଲ୍ । ଏହା ଦ୍ୱାରା ଏବେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆଉ ପେ ଟିମ୍ ଆପ୍ ଡାଉନଲୋଡ କରାଯାଇପାରିବ ନାହିଁ । ତେବେ ପେଟିଏମର ମୂଳ କମ୍ପାନି ୱାନ୯୭ କମ୍ୟୁନିକେସନ ମାଲିକାନାରେ ଥିବା ପେଟିଏମ୍ ମନି ପେଟିଏମ୍ ମଲ୍ ଓ ପେଟିଏମ୍ ବିଜିନେସ୍ ଭଳି ଅନ୍ୟ ଆପଗୁଡିକ ଏବେ ବି ପ୍ଲେ ଷ୍ଟୋରରେ ରହିଛି । କେବଳ ପେଟିଏମ୍ ପେମେଣ୍ଟ ଆପକୁ ଗୁଗୁଲ ହଟାଇ ଦେଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗୁଗୁଲ ପ୍ଲେ-ଷ୍ଟୋରର ନିୟମାବଳୀ ଉଲ୍ଲଘଂନ ହୋଇଥିବା ଦର୍ଶାଇ ପେଟିଏମ୍ ଆପକୁ ପ୍ଲେ-ଷ୍ଟୋରରୁ ବାହାର କରି ଦିଆଯାଇଛି । ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଅନଲାଇନ ଜୁଆ ଖେଳକୁ ନେଇ ଗୁଗୁଲ ପ୍ଲେ ଷ୍ଟୋରର ନୂଆ ନିୟମର ଏକାଧିକ ବାର ଉଲ୍ଲଘଂନ ଯୋଗୁଁ ପେଟିଏମ୍ ଆପ୍ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଭାରତର ବିଜୟ ଶେଖର ଶର୍ମାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି କମ୍ପାନୀରେ ଚୀନର ଆଲିବାବା ସମେତ ଅନେକ ସଂସ୍ଥାର ନିବେଶ ରହିଛି ।

Leave A Reply

Your email address will not be published.