Latest Odisha News

ଭାରତର ଶ୍ରେଷ୍ଠ ଆଦରଣୀୟ ରାଜନେତ୍ରୀ ସ୍ବର୍ଗତ ସୁଷମା ସ୍ଵରାଜଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ନୂଆଦିଲ୍ଲୀ: ସ୍ବର୍ଗତଃ ସୁଷମା ସ୍ୱରାଜ । ଭାରତୀୟ ରାଜନୀତିର ଜଣେ ଆଦରଣୀୟ ରାଜନେତ୍ରୀ ଥିଲେ। ସେ ଏକ ଧାରାରେ ଜଣେ ସଫଳ ଲୋକପ୍ରିୟ ରାଜନୀତିଜ୍ଞ, ସୁପ୍ରିମକୋର୍ଟର ପୂର୍ବତନ ଆଇନଜୀବୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ଭାବରେ ଗୌରବ ଅର୍ଜନ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ପରେ ସେ ଥିଲେ ଭାରତର ଦ୍ଵିତୀୟ ବିଦେଶ ମନ୍ତ୍ରୀ ଯିଏକି ସଫଳତାର ସହ ୨୦୧୪ ମେ ୨୬ରୁ ୨୦୧୯ ମେ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

ଭାରତର ଏହି ସୁପୁତ୍ରିଙ୍କର ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ୨୦୧୯ ମସିହା ଆଜିର ଦିନରେ ହୃଦଘାତରେ ପ୍ରାଣ ହରାଇଥିଲେ ସୁଷମା। ଭାରତ ହରାଇଥିଲେ ନିଜର ଏକ ସୁପୁତ୍ରୀ।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସୁଷମା ଥିଲେ ସାଧାରଣ ଜନତାର ଅସାଧାରଣ ନେତ୍ରୀ। କେହି ବି ଟ୍ୱିଟ କଲେ ତା’ର ଉତ୍ତର ରଖୁଥିଲେ ସୁଷମା। ସଂସଦକୁ ୭ ଥର ଓ ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିବା ସୁଷମା ସ୍ୱରାଜ ୧୯୭୭ ମସିହାରେ ମାତ୍ର ୨୫ ବର୍ଷ ବୟସରେ ହରିୟାଣା ସରକାରରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଥିଲେ।

Comments are closed.