Latest Odisha News

BREAKING NEWS

କରୋନା ଜନିତ ମୃତ୍ୟୁକୁ ରୋକିବାରେ ପ୍ରଥମ ଡୋଜ୍‌ ଟିକା କେତେ ପ୍ରଭାବଶାଳୀ?

ନୂଆଦିଳ୍ଲୀ: କରୋନା ଜନିତ ମୃତ୍ୟୁକୁ ରୋକିବାରେ କରୋନା ଟିକା କେତେ ସୁରକ୍ଷା ଯୋଗାଇଥାଏ ସେ ସମ୍ବନ୍ଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ତଥ୍ୟ ଜାରି କରିଛି। ଯେଉଁ ତଥ୍ୟରୁ ଜଣାପଡିଛି ଯେ ଟିକା ର ପ୍ରଥମ ମାତ୍ରା ଭାରତରେ କରୋନା ଜନିତ ମୃତ୍ୟୁକୁ ରୋକିବାରେ ୯୬.୬ ପ୍ରତିଶତ ପ୍ରଭାବଶାଳୀ ଅଟେ।

ଏଥି ସହିତ, ଦ୍ୱିତୀୟ ମାତ୍ରା ଟିକା ଗ୍ରହଣ କରିବା ପରେ, କରୋନା ମୃତ୍ୟୁରୁ ୯୭.୫ ପ୍ରତିଶତ ସୁରକ୍ଷା ଯୋଗାଇଥାଏ। କୋଭିଡ-୧୯ ଟିକାକରଣର ପ୍ରଭାବ ସମ୍ପର୍କରେ ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ ଖୁବ ଶୀଘ୍ର ଏକ ଟ୍ରାକର ମଧ୍ୟ ଆରମ୍ଭ ହେବାକୁ ଯାଉଛି, ଯାହାଦ୍ବାରା ଟିକାକରଣର ପ୍ରଭାବ ଜଣାପଡିବ।

ଟ୍ରାକର ପାଇଁ ତଥ୍ୟ ସରକାରଙ୍କ ସମସ୍ତ ପ୍ରମୁଖ କରୋନା ଟିକା ଉତ୍ସରୁ ସଂଗ୍ରହ କରାଯିବ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ଖୁବ୍ ଶୀଘ୍ର ଏକ ଟ୍ରାକର୍ ଉପଲବ୍ଧ ହେବ ଯାହା ଟିକା ଆପଣଙ୍କୁ କିପରି ପ୍ରଭାବିତ କରୁଛି ତାହା ଜାଣିବାରେ ସାହାଯ୍ୟ କରିବ।

ଏହି କୋଭିଡ ଭ୍ୟାକ୍ସିନ ଟ୍ରାକର ଜାତୀୟ ସ୍ୱାସ୍ଥ୍ୟ ମିଶନ କୋୱିନ୍, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ ଇଣ୍ଡିଆ ପୋର୍ଟାଲ ଏବଂ ଆଇସିଏମଆର ପରୀକ୍ଷା ଡାଟାବେସର ତଥ୍ୟ ବିଶ୍ଳେଷଣ କରିବ। ଆଇସିଏମଆର ମହାନିର୍ଦେଶକ କହିଛନ୍ତି ଯେ ଖୁବ ଶୀଘ୍ର ଏହି ଟିକା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟରେ ଉପଲବ୍ଧ ହେବ।

Comments are closed.