ନୂଆଦିଲ୍ଲୀ: ଚର୍ଚ୍ଚା ଆରମ୍ଭ ହେଲାଣି ଯେ ବର୍ଷର ଆରମ୍ଭ ଅର୍ଥାତ୍ ଜାନୁଆରି ୨୦୨୬ରେ କୌଣସି ଗ୍ରହଣ ଲାଗୁଛି କି ନାହିଁ? ଏନେଇ କଣ ରହିଛି ବୈଜ୍ଞାନିକ ଓ ଜ୍ୟୋତିଷଙ୍କ ମତ । ଆସନ୍ତୁ ଜାଣିବା
ବୈଜ୍ଞନିକ ଏବଂ ଜ୍ୟୋତିଷୀମାନଙ୍କ ମତରେ ପ୍ରଥମ ଗ୍ରହଣ ୧୭ ଫେବୃଆରି ୨୦୨୬ରେ ଲାଗିବ, ଯାହାକୁ ବଳୟାକାର ସୂର୍ଯ୍ୟ ଗ୍ରହଣ (ଆନୁଲର୍ ସୋଲାର୍ ଇକ୍ଲିପ୍ସ) କୁହାଯିବ । ଏହି ଦିନ ସୂର୍ଯ୍ୟର ଚାରିପାଖରେ ଅଗ୍ନି-ବୃତ୍ତ ଭଳି ରିଙ୍ଗ୍ ଦେଖାଯିବ । ଭାରତରେ ଏହା ଆଂଶିକ ରୂପରେ ଦେଖାଯିବ ।
୩ ମାର୍ଚ୍ଚ ୨୦୨୬ରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ (ଲୁନାର୍ ଇକ୍ଲିପ୍ସ) ଲାଗିବ । ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରାତି ସମୟରେ ଭାରତ ସମେତ ଏସିଆର ଅନେକ ଅଞ୍ଚଳରେ ଦେଖାଯିବ । ଏଥିରେ ସୂତକ କାଳର ନିୟମଗୁଡ଼ିକର ପାଳନ କରାଯିବ ।
୧୨ ଅଗଷ୍ଟ ୨୦୨୬ରେ ସୂର୍ଯ୍ୟ ଗ୍ରହଣ (ସୋଲାର୍ ଇକ୍ଲିପ୍ସ) ଲାଗିବ । ଏହି ଗ୍ରହଣ ହରିୟାଳୀ ଅମାବାସ୍ୟା ଦିନ ଲାଗିବ । ଏହା ବର୍ଷର ସବୁଠାରୁ ଚର୍ଚ୍ଚିତ ଗ୍ରହଣ ହେବ । ଆମେରିକା ଏବଂ ୟୁରୋପ୍ରେ ପୂର୍ଣ୍ଣ ଦୃଶ୍ୟ, ଯେତେବେଳେ ଭାରତରେ ଆଂଶିକ ହେବ ।
୨୮ ଅଗଷ୍ଟ ୨୦୨୬ରେ ଆଂଶିକ ଚନ୍ଦ୍ର ଗ୍ରହଣ (ପାର୍ଶିଆଲ୍ ଲୁନାର୍ ଇକ୍ଲିପ୍ସ) ଲାଗିବ । ଏଥର ଚନ୍ଦ୍ରମାର କିଛି ଅଂଶ ହିଁ ପୃଥିବୀର ଛାୟାରେ ଆସିବ । ଭାରତରେ ଏହି ଗ୍ରହଣ ମଧ୍ୟ ଦେଖାଯିବ ।
ଜାନୁଆରି ୨୦୨୬ରେ କୌଣସି ଗ୍ରହଣ ନାହିଁ
କିଛି ଦିନ ହେଲା ଚର୍ଚ୍ଚା ଚାଲିଛି ଯେ ଜାନୁଆରି ୨୦୨୬ରେ ଗ୍ରହଣ ଲାଗିବ ଏବଂ ସୂତକ ଲାଗିବ । କିନ୍ତୁ ପଞ୍ଚାଙ୍ଗ ଅନୁସାରେ ଜାନୁଆରିରେ ଗ୍ରହଣର କୌଣସି ସ୍ଥିତି ତିଆରି ହେଉନାହିଁ । ତେଣୁ ଘାବରେଇବାର କୌଣସି ଆବଶ୍ୟକତା ନାହିଁ । ପ୍ରକୃତରେ ଗ୍ରହଣ ସେତେବେଳେ ହୁଏ ଯେତେବେଳେ ସୂର୍ଯ୍ୟ-ଚନ୍ଦ୍ର-ପୃଥିବୀ ଏକ ସିଧା ରେଖାରେ ଆସନ୍ତି ଏବଂ ଚନ୍ଦ୍ରମା ନିଜର ନୋଡ଼ସ୍ (ରାହୁ-କେତୁ) ମଧ୍ୟରୁ ଯାଇଥାଏ । ଏହି ଖଗୋଳୀୟ ସ୍ଥିତି ଜାନୁଆରି ୨୦୨୬ରେ ତିଆରି ହେଉନାହିଁ ।
ଜ୍ୟୋତିଷୀୟ ଦୃଷ୍ଟିରୁ ଫେବୃଆରି ୨୦୨୬ର ପ୍ରଥମ ଗ୍ରହଣ କାହିଁକି ଗୁରୁତ୍ୱପୂର୍ଣ୍ଣ ?
ବୈଦିକ ଜ୍ୟୋତିଷ ଅନୁସାରେ ପ୍ରଥମ ଗ୍ରହଣ ସବୁବେଳେ ବର୍ଷର ଘଟଣାକ୍ରମର ସଙ୍କେତ ଦିଏ । ଫେବୃଆରିର ଏହି ଗ୍ରହଣ କୁମ୍ଭ ରାଶିର ସୌର ପ୍ରଭାବ ଏବଂ ସିଂହ-କୁମ୍ଭ ଅକ୍ଷ ଉପରେ ଘଟିବ, ଯାହା ଦ୍ୱାରା ସତ୍ତା, ଟେକ୍ନୋଲୋଜି ଏବଂ ବିତ୍ତ ଜଗତରେ ହଲଚଲ ସମ୍ଭବ । ଅନ୍ୟପକ୍ଷରେ ମେଷ, ମିଥୁନ, ସିଂହ, ବିଛା ରାଶି ଏବଂ କୁମ୍ଭ ରାଶିବାଳାମାନଙ୍କୁ ଅଶୁଭତାରୁ ଭଗବାନ ଶିବଙ୍କ ଆରାଧନା କରିବା ଉଚିତ୍ ।
BREAKING NEWS
- Gold winning hockey players:ପୁରୁଷ ଓ ମହିଳା ହକି ଟିମ୍କୁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ;ଓଡ଼ିଆ ଖେଳାଳୀଙ୍କୁ ୨୦ ଲକ୍ଷ ଲେଖାଏଁ ସ୍ୱତନ୍ତ୍ର ପୁରସ୍କାର
- ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ୍ ଦଳ ଘୋଷଣା: ବାଦ୍ ପଡ଼ିଲେ ଅଭିଜ୍ଞ ପେସର୍ ମହମ୍ମଦ ସାମି
- ସରପଞ୍ଚ,ନାଏବ ସରପଞ୍ଚଙ୍କୁ ମିଳିବ ୬ ମାସର ସମ୍ମାନ ରାଶି; ଜାଣନ୍ତୁ କେତେ…
- ଟିପିଏସ୍ଓଡିଏଲ୍ ତରଫରୁ ଏହି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ;ସୌର ଶକ୍ତି ବାବଦରେ ସଚେତନ କରିବ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତର ଦିନିକିଆ ଏବଂ ଟେଷ୍ଟ୍ ଦଳ ଘୋଷଣା
- ଭିନୁ ମଙ୍କଡ ଟ୍ରଫି: ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଖେଳିଲେ ବିସ୍ଫୋରକ ଶତକୀୟ ଇନିଂସ
- Durga Puja Security:ଦଶହରାରେ କଟକ ଜଗିବେ ୬୦ପ୍ଲାଟୁନ ପୋଲିସ;ଲାଗିବ ୧୩୦୦ ସିସିଟିଭି,ମଣ୍ଡପରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ
- ବ୍ୟକ୍ତିଗତ ଜୀବନକୁ ନେଇ ବଡ ଖୁଲାସା କଲେ ଚହଲ
- Pitabas Panda Murder Case:ସାକ୍ଷୀଙ୍କୁ ଧମକ ଅଭିଯୋଗରେ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା, ୨୮ରେ ପୁଣି…
- କପିଲ ଦେବଙ୍କ Gen Z ପ୍ରଦର୍ଶନକାରୀଙ୍କ ପାଇଁ ପରାମର୍ଶ: ‘ସେମାନେ ଶିଖିବା ଏବଂ ଶୁଣିବା ଦରକାର, ସେମାନେ ସର୍ବଦା ଠିକ୍ ନୁହଁନ୍ତି’

Comments are closed.