ବ୍ରହ୍ମପୁର: ଗଞ୍ଜାମ ଜିଲାର ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ଘୋଡ଼ାହାଡ଼ ଜଳଭଣ୍ଡାରସ୍ଥିତ ଇକୋ ଟୁରିଷ୍ଟ ସ୍ପଟ୍ରେ ଶନିବାର ଠାରୁ ପର୍ଯ୍ୟଟକଙ୍କ ରାତ୍ରୀ ରହଣୀ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟଟକଙ୍କୁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ(ଡିଏଫ୍ଓ) ଅମ୍ଲାନ ନାୟକ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏଠାରେ ପର୍ଯ୍ୟଟକଙ୍କ ପାଇଁ ରହଣୀ ପାଇଁ ଏକ ୱାଚ୍ ଟାୱାର୍ ନିର୍ମାଣ କରାଯାଇଛି, ଯେଉଁଁଥିରେ ୪ଟି ସୁଟ୍ ରହିଛି। ପର୍ଯ୍ୟଟକଙ୍କ ପାଇଁ ଖାଦ୍ୟ, ବୋଟିଂ ସହ ଶିଶୁମାନଙ୍କ ପାଇଁ ଉଦ୍ୟାନ ମଧ୍ୟ ରହିଛି। ମିଶନ୍ ଶକ୍ତି ଜରିଆରେ ସ୍ଥାନୀୟ ଦୁଇଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି। ଗୋଷ୍ଠୀର ମହିଳାମାନେ ସ୍ବତନ୍ତ୍ର ଭାବେ ତାଲିମ୍ ଗ୍ରହଣ କରିଛନ୍ତି। ଆଉ କିଛି ଦିନ ପରେ ପର୍ଯ୍ୟଟନ ଋତୁ ଆରମ୍ଭ ହେବାକୁ ଯାଉଥିବା ଯୋଗୁ ଏହି ଇକୋ ଟୁରିଷ୍ଟ ସ୍ପଟ୍କୁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇବ ବୋଲି ବନ ବିଭାଗ ତରଫରୁ ଆଶା ପ୍ରକାଶ କରାଯାଇଛି।
ଡିଏସ୍ଫ ନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୭ ତାରିଖରେ ଏହି ଇକୋ ଟୁରିଷ୍ଟ ସ୍ପଟ୍ ଉଦ୍ଘାଟିତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟଟକଙ୍କ ରହଣୀ ପାଇଁ ସୁଟ୍ଗୁଡ଼ିକର ବୁକିଂ ଆରମ୍ଭ ହୋଇଛି। ମାତ୍ର ତିନି ଦିନ ପୂର୍ବରୁ ବୁକିଂ ଆରମ୍ଭ ହୋଇଥିଲା। ୧୧ଜଣ ପର୍ଯ୍ୟଟକ ରାତ୍ରୀ ରହଣୀ ପାଇଁ ବୁକଂି କରିସାରିଲେଣି। ଏଠାରେ ନିର୍ମିତ ହୋଇଥିବା ଉଦ୍ୟାନକୁ ବୁଲିବା ପାଇଁ ୭ହଜାର ୯ଶହ ପର୍ଯ୍ୟଟକ ଆସିଛନ୍ତି। କେବଳ ମଙ୍ଗଳବାର ହିଁ ଇକୋ ଟୁରିଷ୍ଟ ସ୍ପଟ୍ ବନ୍ଦ ରହୁଛି। ପର୍ଯ୍ୟଟକଙ୍କ ପାଇଁ ଅନେକ ସୁବିଧା ରହିଥିବା ସେ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ, ୪୫ ଲକ୍ଷ ୬୦ ହଜାର ଟଙ୍କାରେ ପର୍ଯ୍ୟଟକଙ୍କ ରାତ୍ରୀ ରହଣୀ ପାଇଁ ୱାଚ ଟାୱାର୍ ନିର୍ମାଣ କରାଯାଇଛି। ଉଦ୍ଘାଟନ ହେବା ପରେ କେବଳ ଗଞ୍ଜାମ ଜିଲା ନୁହଁ, ଜିଲା ବାହାରୁ ମଧ୍ୟ ପର୍ଯ୍ୟଟଙ୍କ ଆଗମନ ବଢ଼ିବାରେ ଲାଗିଛି। ପରିବାର ସହିତ ଆସି ବୁଲିବା ସହ ଫଟୋ ଉଠାଇବାର ମଜା ନେଉଛନ୍ତି। ଘୋଡ଼ାହାଡ଼ ଜଳ ଭଣ୍ଡାରକୁ କୁମ୍ଭିରଙ୍କ ସଂରକ୍ଷଣ କ୍ଷେତ୍ର ଭାବେ ବ୍ୟବହାର କରାଯାଉଛି। ପ୍ରତି ବର୍ଷ ଶୀତ ଋତୁରେ ଏଠାକୁ ବହୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ।ଯାହା ଏହି ଜଳ ଭଣ୍ଡାରର ଶୋଭାକୁ ବୃଦ୍ଧି କରିଥାଏ।ତେଣୁ ପର୍ଯ୍ୟଟକଙ୍କ ବୁଲିବା ପାଇଁ ଏହା ଏକ ଉତ୍କୃଷ୍ଟ କ୍ଷେତ୍ର ପାଲଟିଛି।
BREAKING NEWS
- ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬
- Trump Urges Australia: ଇରାନ ମହିଳା ଫୁଟବଲ୍ ଦଳକୁ ଶରଣ ଦିଏ… ଟ୍ରମ୍ପ ଅଷ୍ଟ୍ରେଲିଆକୁ କାହିଁକି କଲେ ଅପିଲ?
- First time in History: ପ୍ରଥମ ଥର ଲାଗି ବ୍ଲୁ ଫ୍ଲାଗ୍ ବିଚରେ ଅଲିଭ ରିଡଲେ; ଦେଲା ୧୧୪ ଅଣ୍ଡା
- ଏଥର ଦୁର୍ଗାପୂଜାରେ ପରଦାକୁ ଆସିବ ଆକ୍ସନ୍, ଥ୍ରିଲର୍ ଫିଲ୍ମ “ମୋନଷ୍ଟର୍: ଦ ଅଲ୍ଟିମେଟ୍’
- ଆର୍ଥିକ ସଙ୍କଟରେ ପାକିସ୍ତାନ, ସାଉଦି ଆରବକୁ ମାଗିଲା ସହାୟତା
- Odisha Mobile Network: ଆଜି ବି ପହଞ୍ଚି ପାରିନାହିଁ ନେଟ୍ୱର୍କ…୧୨୩୭ ଗାଁରେ ମୋବାଇଲ୍ ସେବା ଠପ୍
- ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ଚାଲିଗଲା ଜୀବନ
- ଗତ ୨୪ ଘଣ୍ଟା ମଧ୍ୟରେ ଦୁର୍ଘଟଣାରେ ୧୪ ମୃତ;ବାଇକ- ଟ୍ରକ ଧକ୍କାରେ ଗଲା ୫ଜୀବନ
- ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୋଧରେ ଥିବା ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ
- ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ
Comments are closed.