Latest Odisha News

BREAKING NEWS

ବିଦ୍ୟୁତଙ୍କ ସନମ ରିମେକ ପାଇଁ ଆଗ୍ରହ ପ୍ରକାଶ କଲେ ହଲିଉଡ ନିର୍ମାତା

ମୁମ୍ବାଇ: ବିଦ୍ୟୁତ ଜାମୱାଲ ଅଭିନୀତ ଆକ୍ସନ ଥ୍ରୀଲର ସନକର ରିମେକ କରିବା ପାଇଁ ହଲିଉଡର ନାମୀ ନିର୍ମାତା ଆଗ୍ରହ ପ୍ରକାଶ କରିଛନ୍ତି । ସେ ଏଥିନେଇ ଏହାର ନିର୍ମାତା ବିପୁଲ ଅମୃତଲାଲ ଶାହଙ୍କୁ ଅନୁମତି ମାଗିଛନ୍ତି । ସନକ ୧୫ ଅକ୍ଟୋବର ୨୦୨୧ରେ ଡିଜନୀ ହଟଷ୍ଟାରରେ ଡିଜିଟାଲ ରିଲିଜ କରାଯାଇଥିଲା । ଏହା ଦର୍ଶକଙ୍କୁ ବେଶ ପସନ୍ଦ ମଧ୍ୟ ଆସିଥିଲା । ଆମେରିକାର କାଇଲନ ଟାଏଙ୍ଗ ଏହି ଫିଲ୍ମ ନେଇ ବେଶ ପ୍ରଭାବିତ ହୋଇଛନ୍ତି । ସେ ଲଷ୍ଟ ଆଣ୍ଡ ଫାଉଣ୍ଡ, ଗିଗଲବଟ ପରି କେତେକ ପ୍ରତିଷ୍ଠିତ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ହଲିଉଡରୁ ଅଫର ଆସିବା ନିଶ୍ଚିତ ଭାବେ ମୋ ପାଇଁ ଗର୍ବର ବିଷୟ ବୋଲି ଶାହ କହିଛନ୍ତି ।

ଏହି ଫିଲ୍ମରେ ବିଦ୍ୟୁତଙ୍କ ସହ କନିଷ୍କ ବର୍ମା, ରୁକ୍ମଣୀ ମୈତ୍ର, ଚନ୍ଦନ ରାୟ ପରି କଳାକାର ଅଭିନୟ କରିଥିଲେ । ଶାହଙ୍କ ଆଖେଁ ଫିଲ୍ମ ପାଇଁ ହଲିଉଡରୁ ପ୍ରସ୍ତାବ ଆସିଥିଲା । ତେବେ କୌଣସି କାରଣ ବଶତଃ ଏହା ହୋଇପାରି ନ ଥିଲା ।

Leave A Reply

Your email address will not be published.