Latest Odisha News

ଏ ହେଉଛି ପ୍ରଥମ ଭାରତୀୟ ଫିଲ୍ମ ଯାହାର ପ୍ରିମିୟର ଆମେରିକାରେ ହୋଇଥିଲା

ମହାତ୍ମା ଗାନ୍ଧୀ ବି ଏହି ଫିଲ୍ମକୁ କରିଥିଲେ ପ୍ରଶଂସା

ମୁମ୍ବାଇ; ଭାରତରେ ସିନେମା ଇଣ୍ଡଷ୍ଟ୍ରୀ ଆରମ୍ଭ ହେବା ପରେ ଫିଲ୍ମ ନିର୍ମାତାମାନେ ଭାରତୀୟ ସଂସ୍କୃତି ଉପରେ ଆଧାରିତ ହୋଇଥିବା କାହାଣୀକୁ ବଡ଼ ପରଦାକୁ ଆଣିବାକୁ ଚେଷ୍ଟା କରିଥିଲେ। ସେଥିରେ ରାମାୟଣ ସବୁଠାରେ ଉପରେ ରହିଥିଲା। 

 

ଫିଲ୍ମରେ ସାଉଣ୍ଡର ପ୍ରଚଳନ ପରେ ୧୯୩୦ରୁ ୧୯୪୦ ମଧ୍ୟରେ ଭାରତରେ ବିଭିନ୍ନ ଭାଷାରେ ରାମାୟଣ ଉପରେ ଫିଲ୍ମ ନିର୍ମାଣ ହୋଇଥିଲା। ଏହି ଫିଲ୍ମ ସବୁରେ ନିର୍ଦ୍ଦେଶକ ବିଜୟ ଭଟ୍ଟଙ୍କ ଫିଲ୍ମ ‘ରାମ ରାଜ୍ୟ‘, ଯାହା ୧୯୪୩ରେ ରିଲିଜ୍ ହୋଇଥିଲା, ବହୁତ ଖାସ୍ ଫିଲ୍ମ ଥିଲା। ଏହାର ଠିକ୍ ପୂର୍ବରୁ ବିଜୟ ‘ଭରତ ମିଳାପ‘ ଫିଲ୍ମ ନିର୍ମାଣ କରିସାରିଥିଲେ। ଯାହା ଅନେକ ଲୋକପ୍ରିୟତା ହାସଲ କରିଥିଲା। କିନ୍ତୁ ଫିଲ୍ମ ‘ରାମ ରାଜ୍ୟ‘ର ଲୋକପ୍ରିୟତା ସବୁଠାରୁ ଅଧିକ ରହିଥିଲା। 

 

କାରଣ  ‘ରାମ ରାଜ୍ୟ‘ ହେଉଛି ପ୍ରଥମ ଭାରତୀୟ ଫିଲ୍ମ, ଯାହାର ପ୍ରିମିୟର ଆମେରିକାରେ ହୋଇଥିଲା ଏବଂ ଏକ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲା। ଦେଶ ସ୍ଵାଧୀନ ହେବାର ଠିକ୍ ପୂର୍ବରୁ   ‘ରାମ ରାଜ୍ୟ‘ ଫିଲ୍ମର ଲୋକପ୍ରିୟତା ପବନ ବେଗରେ ବଢ଼ିଯାଇଥିଲା।

ଆହୁରି ବଡ଼ କଥା ହେଉଛି, ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ସିନେମାକୁ ଖାସ୍ ପସନ୍ଦ କରୁନଥିଲେ। କିନ୍ତୁ ବିଜୟ ଭଟ୍ଟଙ୍କ   ‘ରାମ ରାଜ୍ୟ‘ ହେଉଛି ପ୍ରଥମ ଫିଲ୍ମ, ଯାହାକୁ ବାପୁ ମଧ୍ୟ ଦେଖିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ତେବେ ରାମାୟଣ ଉପରେ ଆଧାରିତ ହୋଇଥିବାରୁ ସେ ସମୟରେ ‘ରାମ ରାଜ୍ୟ‘ଫିଲ୍ମକୁ ଦର୍ଶକ ଏତେ ଭଲପାଇବା ଦେଇଥିଲେ ଯେ ଫିଲ୍ମକୁ ଏକ ବଡ଼ ସଫଳତା ମିଳିଥିଲା।  ୧୯୪୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ତାନସେନ୍‘ ଓ ‘କିସ୍ମତ୍‘ ମଧ୍ୟରୁ  ‘ରାମ ରାଜ୍ୟ‘ ଥିଲା ତୃତୀୟ ବଡ଼ ଫିଲ୍ମ। 

 

Comments are closed.