Latest Odisha News

BREAKING NEWS

ଦୃତ ବେଗରେ ବଢୁଛି ଭାରତର ଅର୍ଥବ୍ୟବସ୍ଥା: UN

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭାରତର ଅର୍ଥ ବ୍ୟବସ୍ଥା ଦୃତ ବେଗରେ ବୃଦ୍ଧି ପାଉଛି। ୨୦୨୪ ଶେଷ ବେଳକୁ ଏହାର ଅର୍ଥ ବ୍ୟବସ୍ଥା ୬.୨ ପ୍ରତିଶତ ବୃଦ୍ଧି ପାଇବା ନେଇ ଅନୁମାନ କରିଛି ମିଳିତ ଜାତିସଂଘ ବା ୟୁଏନ। ମିଳିତ ଜାତିସଂଘ (ଜାତିସଂଘ) ଅନୁଯାୟୀ, ଉତ୍ପାଦନ ତଥା ସେବା କ୍ଷେତ୍ରରେ ଘରୋଇ ଚାହିଦା ତଥା ଶକ୍ତି କାରଣରୁ ୨୦୨୪ ମସିହାରେ ଭାରତର ଅଭିବୃଦ୍ଧି ହାର ୬.୨ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ସେହିପରି ୨୦୨୪ ମସିହାରେ ଦକ୍ଷିଣ ଏସିଆର ମୋଟ ଘରୋଇ ଉତ୍ପାଦ (ଜିଡିପି) ୫.୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହା ଭାରତର ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ବୃହତ ବିସ୍ତାରରେ ଯଥେଷ୍ଟ ସହାୟକ ହେବ। ଯାହା ଦୃତ ବେଗରେ ବୃଦ୍ଧି ପାଉଥିବା ଅର୍ଥନୈତିକ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ ରହିଛି।

ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ଭାରତର ଜିଡିପି ୬.୬ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଭାରତରେ ଆର୍ଥିକ ଅଭିବୃଦ୍ଧି ଚଳିତ ବର୍ଷ ୬.୨ ପ୍ରତିଶତରେ ‘ଶକ୍ତିଶାଳୀ’ ହେବ ବୋଲି ଆକଳନ କରାଯାଇଛି। ସେହିପରି ଇକୋନୋମିକ ଆଣ୍ଡ ସୋସିଆଲ ଆଫାୟର୍ସ ବିଭାଗର ମୁଖ୍ୟ ହାମିଦ ରଶିଦ କହିଛନ୍ତି କି ଭାରତୀୟ ଅର୍ଥ ବ୍ୟବସ୍ଥା ବିଗତ କିଛି ବର୍ଷ ହେବ ଉନ୍ନତ ପ୍ରଦର୍ଶନ ତଥା ଅଭିବୃଦ୍ଧି ରହି ଆସୁଛି। ତେବେ ଆମର ବିଶ୍ୱାସ ରହିଛି କି ୨୦୨୪ ଓ ୨୦୨୫ ମସିହାରେ ଏହି ଅଭିବୃଦ୍ଧି ଜାରି ରହିବ ବୋଲି ସେ ଆଶା କରିଛନ୍ତି।

ଭାରତରେ ବଢିବ ନିବେଶ
ଏହା ସହିତ ରିପୋର୍ଟରେ କୁହାଯାଇଛି କି ସରକାରୀ ଭିତ୍ତିଭୂମି ପ୍ରକଳ୍ପ ଏବଂ ବହୁରାଷ୍ଟ୍ରୀୟ ପୁଞ୍ଜି ବିନିଯୋଗ ପଛରେ ୨୦୨୩ ମସିହାରେ ଭାରତରେ ପୁଞ୍ଜି ନିବେଶ ବୃଦ୍ଧି ପାଇଥିବାବେଳେ ସମ୍ପତ୍ତି କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଚାଇନାରେ ପୁଞ୍ଜି ବିନିଯୋଗ ପ୍ରଭାବିତ ହୋଇଥିଲା। ରିପୋର୍ଟ ଅନୁଯାୟୀ ବିକାଶଶୀଳ ଅର୍ଥନୀତି ତୁଳନାରେ ବିକାଶଶୀଳ ଅର୍ଥନୀତିରେ ବିନିଯୋଗ ଅଧିକ ଶକ୍ତିଶାଳୀ ହୋଇଛି। ୨୦୨୩ରେ ଦକ୍ଷିଣ ଏସିଆ, ବିଶେଷକରି ଭାରତରେ ପୁଞ୍ଜି ବିନିଯୋଗ ମାତ୍ରା ମଜବୁତ ରହିଥିଲା।

Leave A Reply

Your email address will not be published.