ନୂଆଦିଲ୍ଲୀ: କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳକୁ ନେଇ ସନ୍ଦେହ ଘେରରେ ଥିବା ଚୀନ୍ ବର୍ତ୍ତମାନ ପ୍ରଥମ କରୋନା ରୋଗୀଙ୍କ ପରିଚୟକୁ ନେଇ ଅଡୁଆରେ ପଡ଼ିଛି। ରିପୋର୍ଟ ଅନୁଯାୟୀ ଚାଇନା ଯାହାକୁ କୋଭିଡ୍ ପ୍ରଥମ ରୋଗୀ ଭାବେ ଚିହ୍ନଟ କରିଥିଲା ବାସ୍ତବରେ ସେ ପ୍ରଥମ ରୋଗୀ ନୁହଁନ୍ତି ବୋଲି ଜଣାପଡ଼ିଛି।
କରୋନାଭାଇରସର ପ୍ରଥମ ଲକ୍ଷଣ ଚୀନ୍ର ଉହାନ ସହରରେ ଜଣେ ମହିଳା ସାମୁଦ୍ରିକ ଖାଦ୍ୟ ବିକ୍ରେତାଙ୍କଠାରେ ଚିହ୍ନଟ ହୋଇଥିବା ନୂଆ ରିପୋର୍ଟରୁ ଜଣାପଡ଼ିଛି। ଏହାପୂର୍ବରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଜଣେ ଆକାଉଣ୍ଟାଣ୍ଟ ପ୍ରଥମେ କୋଭିଡରେ ପୀଡିତ ହୋଇଥିଲେ।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରଥମ ରୋଗୀ ଚାଇନାର ଉହାନର ହୁଆନାନ ଆନିମଲ ମାର୍କେଟରେ କାମ କରୁଥିଲେ। ଉହାନ ହେଉଛି ସେହି ସହର ଯେଉଁଠାରେ ୨୦୧୯ରେ କରୋନାର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା। ଯାହା ପରବର୍ତ୍ତୀ ସମୟରେ ଏକ ମହାମାରୀରେ ପରିଣତ ହୋଇଥିଲା।
ରିପୋର୍ଟରେ କୁହାଯାଇଛି ଯେ ହୁଆନାନ ବଜାରରେ କାର୍ଯ୍ୟ କରୁଥିବା ଲୋକଙ୍କ ସହ ଜଡିତ ଅନେକ ମାମଲା ଆସିବା ପରେ ଆକାଉଣ୍ଟାଣ୍ଟଙ୍କ କରୋନା ଜନିତ ଲକ୍ଷଣ ସାମ୍ନାକୁ ଆସିଥିଲା।
Comments are closed.