Latest Odisha News

BREAKING NEWS

ଓଡିଶାରେ ମାଟିରେ ବିଚରଣ କରୁଛନ୍ତି ୬୯୬ କଲରାପତରିଆ ବାଘ

ଭୁବନେଶ୍ବର: ରାଜ୍ୟରେ ବଢିଛି କଲରାପତରିଆ ବାଘଙ୍କ ସଂଖ୍ୟା । ଏମିତି କିଛି ଖୁସି ଖବର ଦେଇଛି ରାଜ୍ୟର ପ୍ରଥମ ନିଜସ୍ବ କଲରାପତରିଆ ବାଘ ଗଣନା ରିପୋର୍ଟ ।

ତେବେ ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନବିଭାଗ । ରିପୋର୍ଟ କହୁଛି,  ଓଡ଼ିଶାରେ ମୋଟ ୬୯୬ କଲରାପତରିଆ ବାଘ ରହିଛନ୍ତି । ତେବେ ୨୦୨୨ର ଏନଟିସିଏ ରିପୋର୍ଟ ଅନୁସାରେ ୫୬୮ କଲରାପତରିଆ ବାଘ ଥିବା ବେଳେ ଏବେ ଏହାର ସଂଖ୍ୟା ୬୯୬କୁ ବୃଦ୍ଧି ହୋଇଛି । ତେବେ ୨୦୧୮ରେ ରାଜ୍ୟରେ କଲରାପତରିଆ ବାଘ ସଂଖ୍ୟା ୭୬୦ ଥିବା ବେଳେ ୨୦୨୨କୁ ଏହାର ସଂଖ୍ୟା ୨୫.୨୬ ପ୍ରତିଶତ କମିଯାଇଥିଲା ।

ତେବେ ରାଜ୍ୟରେ ମୁଖ୍ୟତଃ ରାୟଗଡା, କନ୍ଧମାଳ, ସମ୍ବଲପୁର, ସୁନ୍ଦରଗଡ ଏବଂ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ । ତେବେ ରାଜ୍ୟର ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ବହୁ ସଂଖ୍ୟାର କଲରାପତରିଆଙ୍କୁ ସୁହାଇଲା ଭଳି ପରିବେଶ ରହିଛି ।

Leave A Reply

Your email address will not be published.