Latest Odisha News

ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ସାମ୍ନାକୁ ଆସିଲା ମଙ୍କିପକ୍ସର ପ୍ରଥମ ମାମଲା । ଜଣେ ଯୁବକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଶରୀରରୁ କ୍ଲେଡ ୨ ଭାଇରସ ଠାବ ହୋଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ମକ୍ସିପକ୍ସ ଚିହ୍ନଟ ହୋଇଥିବା ଯୁବକ ଜଣଙ୍କ ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିବା ସୂଚନା ରହିଛି ।

ସେ ମକ୍ସିପକ୍ସରେ ଆକ୍ରାନ୍ତ ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା । ତାଙ୍କୁ ଆଇସୋଲେସନରେ ରଖାଯିବା ସହ ଉକ୍ତ ବ୍ୟକ୍ତିଙ୍କ ଠାରୁ ରବିବାର ନମୁନା ସଂଗ୍ରହ କରାଯାଇଥିଲା । ଏବେ ତାଙ୍କ ରିପୋର୍ଟ ପିଜିଟିଭ ଆସିଛି ।

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଥିବା ମାରାତ୍ମାକ କ୍ଲେଡ ୧ରେ ଯୁବକ ଜଣଙ୍କ ଆକ୍ରାନ୍ତ ହୋଇନାହାନ୍ତି । ସେ କ୍ଲେଡ ୨ ଜନିତ ମଙ୍କିପକ୍ସ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି ।

୨୦୨୨ ଜୁଲାଇରୁ ଭାରତରେ ଏହି ଭାଇରସ ୩୦ ଜଣଙ୍କ ଶରୀରରେ ମଧ୍ୟ ଠାବ ହୋଇଥିଲା । ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସରକାର କହିଛନ୍ତି । ତେବେ ଗତ ଅଗଷ୍ଟ ୧୪ରେ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ହେଲଥ ଏମର୍ଜେନ୍ସି ଘୋଷଣା କରିଥିଲା ।

Comments are closed.