Latest Odisha News

BREAKING NEWS

କରୋନା କବଳରେ କରୋନା ଯୋଦ୍ଧା, ରାଜ୍ୟର ପ୍ରଥମ ପୋଲିସ କର୍ମୀ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନା କବଳରେ ରାଜ୍ୟର ପ୍ରଥମ ପୋଲିସ କର୍ମୀ । ଆକ୍ରାନ୍ତ ଜଣକ ଭୁବନେଶ୍ୱରର ସଶସ୍ତ୍ର ରିଜର୍ଭ ପୋଲିସ (ଏପିଆର) ର ଜଣେ ୩୬ ବର୍ଷୀଯ କନେଷ୍ଟବଳ ବୋଲି ସୂଚନା ମିଳିଛି । ତାଙ୍କ ନିକଟରେ କରୋନା ଲକ୍ଷଣ ନଥିବା ଜଣାପଡ଼ିଛି । ମାତ୍ର ସେ ଦୁଇଜଣ ରାଜ୍ୟ ବାହାର ଶ୍ରମିକଙ୍କ ସଂସ୍ପର୍ଶରେ ଆସିଥିଲେ।

ଏହା ପରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ସ୍ୱାବ ପରୀକ୍ଷା ହୋଇଥିଲା । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ କୋଭଡି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ପୋଲିସ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ପ୍ରତି ନଜର ରଖାଯାଇଛି । ଆଉ ପରେ ସେ କୋଭିଡ-୧୯ ପଜିଟିଭ ଥିବା ଟ୍ୱିଟ୍ କରି ସୂଚନା ଦେଇଛି କମିଶନରେଟ ପୋଲିସ ।

Leave A Reply

Your email address will not be published.