Latest Odisha News

BREAKING NEWS

ମହାବାତ୍ୟାରୁ ଖସି ଅତିଭୀଷଣ ବାତ୍ୟାରେ ପରିଣତ ହେଲା ‘ଅମ୍ଫାନ’

ଭୁବନେଶ୍ୱର: ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅମ୍ଫାନ । ଏହା ମହାବାତ୍ୟାରୁ ଖସି ଅତିଭୀଷଣ ବାତ୍ୟାରେ ପରିଣତ ହୋଇଛି । ସମୁଦ୍ରରେ ଏହାର ବେଗ ବଢ଼ିଛି । ଘଣ୍ଟାକୁ ୧୫ କିମି ବେଗରେ ସ୍ଥଳ ଭାଗ ଆଡକୁ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଓଡ଼ିଶାକୁ ଛୁଇଁ ସାରିଛି ବାତ୍ୟା ଅମ୍ଫାନର ଆଉଟର କ୍ଲାଉଡ ଓ୍ୱାଲ । ବାତ୍ୟା ପାରାଦୀପ ଠାରୁ ୧୧୦ ରୁ ୧୨୦କିଲୋମିଟର ଦୂରରେ ଅତିକ୍ରମ କରିବ। ବାଲେଶ୍ୱରଠାରୁ ୧୭୦ କିଲୋମିଟର ଦୂରରେ ଯିବ । ବାତ୍ୟା ଅମ୍ଫାନର ଆଖିର ବ୍ୟାସାର୍ଦ୍ଧ ୩୦ କିଲୋମିଟର ରହିଛି ବୋଲି ଆଇଏମ୍‌ଡି କହିଛି ।

ତେବେ ଓଡ଼ିଶାକୁ ସେତେଟା ଭୟ ନାହିଁ ବୋଲି କହିଛନ୍ତି ଆଇଏମ୍‌ଡିଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ସମୁଦ୍ର ଭିତରେ ଧିରେ ଧିରେ ଦୁର୍ବଳ ହେଉଛି ବାତ୍ୟା ଅମ୍ଫାନ। ୬ ଘଣ୍ଟା ମଧ୍ୟରେ ଏହା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବେ । ଆସନ୍ତାକାଲି କ୍ରମଶଃ ଦୁର୍ବଳ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଏହାର ପ୍ରଭାବରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ପବନ ବହିବା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବ।

Leave A Reply

Your email address will not be published.