ଅଯୋଧ୍ୟା: ରାମମନ୍ଦିର ନିର୍ମାଣ ସହ ଅଯୋଧ୍ୟା ନଗରୀର ବଦଳିବ ରୂପରେଖ । ନୂଆ ବେଶଭୂଷାରେ ସଜେଇ ହେବ ଶ୍ରୀରାମଙ୍କ ଜନ୍ମଭୂମି । ଅଯୋଧ୍ୟା ରେଲଓ୍ୱେ ଷ୍ଟେସନର ନବକଳେବର ହେବ । ନୂଆ ଅଯୋଧ୍ୟା ଷ୍ଟେସନର ପ୍ରଥମ ପର୍ୟ୍ୟାୟ ନିର୍ମାଣ କାମ ୨୦୨୧ ସୁଦ୍ଧା ସରିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି ।
ଅଯୋଧ୍ୟା ଷ୍ଟେସନ ଅବିକଳ ରାମମନ୍ଦିର ଭଳି ଦେଖାଯିବ । ସେଠାରେ ଯାତ୍ରୀଙ୍କ ପାଇଁ ରହିବ ଅତ୍ୟାଧୁନିକ ସୁବିଧା ସୁଯୋଗ । ପ୍ରଥମ ପର୍ୟ୍ୟାୟରେ ତିନିଟି ପ୍ଲାଟଫର୍ମ, ଫ୍ଲାଏ ଓଭର ବ୍ରିଜ୍ ଓ ଅନ୍ୟାନ୍ୟ କାମ ସରିବ ।
देश के करोड़ो लोगो की आस्था के प्रतीक श्री रामजन्मभूमि मंदिर के दर्शन करने आने वाले श्रद्धालुओं के लिये प्रधानमंत्री @NarendraModi जी के नेतृत्व में रेलवे कर रहा है अयोध्या स्टेशन का पुनर्विकास। pic.twitter.com/MNgzKR7PY6
— Piyush Goyal (@PiyushGoyal) August 2, 2020
ଅଯୋଧ୍ୟା ଷ୍ଟେସନର ପୁନଃ ବିକାଶ ନେଇ ସୂଚନା ଦେଇଥିଲେ ରେଳମନ୍ତ୍ରୀ ପୀୟୁଷ ଗୋୟଲ । ଏହାର ମଡେଲ ସମ୍ପର୍ତି ଫଟୋ ସେୟାର କରିଥିଲେ । ୨୦୨୧ ଜୁନ୍ ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଖର୍ଚ୍ଚ ହେବ ୧୦୪ କୋଟି ଟଙ୍କା ।
Comments are closed.