Latest Odisha News

BREAKING NEWS

ରାମମନ୍ଦିର ଭଳି ଦେଖାଯିବ ଅଯୋଧ୍ୟା ରେଲଓ୍ୱେ ଷ୍ଟେସନ

ଅଯୋଧ୍ୟା: ରାମମନ୍ଦିର ନିର୍ମାଣ ସହ ଅଯୋଧ୍ୟା ନଗରୀର ବଦଳିବ ରୂପରେଖ । ନୂଆ ବେଶଭୂଷାରେ ସଜେଇ ହେବ ଶ୍ରୀରାମଙ୍କ ଜନ୍ମଭୂମି । ଅଯୋଧ୍ୟା ରେଲଓ୍ୱେ ଷ୍ଟେସନର ନବକଳେବର ହେବ । ନୂଆ ଅଯୋଧ୍ୟା ଷ୍ଟେସନର ପ୍ରଥମ ପର‌୍ୟ୍ୟାୟ ନିର୍ମାଣ କାମ ୨୦୨୧ ସୁଦ୍ଧା ସରିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି ।

ଅଯୋଧ୍ୟା ଷ୍ଟେସନ ଅବିକଳ ରାମମନ୍ଦିର ଭଳି ଦେଖାଯିବ । ସେଠାରେ ଯାତ୍ରୀଙ୍କ ପାଇଁ ରହିବ ଅତ୍ୟାଧୁନିକ ସୁବିଧା ସୁଯୋଗ । ପ୍ରଥମ ପର‌୍ୟ୍ୟାୟରେ ତିନିଟି ପ୍ଲାଟଫର୍ମ, ଫ୍ଲାଏ ଓଭର ବ୍ରିଜ୍ ଓ ଅନ୍ୟାନ୍ୟ କାମ ସରିବ ।

ଅଯୋଧ୍ୟା ଷ୍ଟେସନର ପୁନଃ ବିକାଶ ନେଇ ସୂଚନା ଦେଇଥିଲେ ରେଳମନ୍ତ୍ରୀ ପୀୟୁଷ ଗୋୟଲ । ଏହାର ମଡେଲ ସମ୍ପର୍ତି ଫଟୋ ସେୟାର କରିଥିଲେ । ୨୦୨୧ ଜୁନ୍ ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଖର୍ଚ୍ଚ ହେବ ୧୦୪ କୋଟି ଟଙ୍କା ।

Leave A Reply

Your email address will not be published.