ନୂଆଦିଲ୍ଲୀ : ସାରା ବିଶ୍ୱରେ ମହାମାରୀ କରୋନା ତାଣ୍ଡବ ରଚୁଥିବା ବେଳେ ଏହାକୁ ନେଇ ଆସିଛି ଏକ ଆଶ୍ୱସ୍ତିକର ଖବର। ଆମେରିକାରେ ଆଜିଠୁ ଆରମ୍ଭ ହେଉଛି କୋଭିଡ ଟିକାକରଣ।
କୋଭିଡ୍-୧୯ ଏପର୍ଯ୍ୟନ୍ତ ସାରା ବିଶ୍ବରେ ପାଖାପାଖି ୭ କୋଟି ୨୨ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିଥିବା ବେଳେ ପ୍ରାୟ କୋଟିଏ ସାଢ଼େ ୬୧ ଲକ୍ଷଙ୍କର ପ୍ରାଣ ନେଇଛି ।
ଏହାର ବିନାଶ ପାଇଁ ବିଭିନ୍ନ ରାଷ୍ଟ୍ର ଭ୍ୟାକ୍ସିନ ବିକଶିତ କରିବାରେ ଲାଗିପଡିଥିବା ବେଳେ ଆଜି ଏହା ସଫଳ ହେଉଥିବା ଦେଖିବାକୁ ମିଳିଛି।
ଏହି କ୍ରମରେ ଆମେରିକା ନିଜ ଦେଶରେ ଆଜିଠାରୁ ଟିକାକରଣ ଆରମ୍ଭ କରିବା ନେଇ ସୂଚନା ମିଳିଛି। ଏଥିରେ ଆମେରିକୀୟ କମ୍ପାନି ଫାଇଜର-ବାୟୋଏନ୍ଟେକ୍ ଦ୍ବାରା ବିକଶିତ ଟିକା ଦେଶବାସୀଙ୍କୁ ପ୍ରୟୋଗ କରାଯିବ ବୋଲି ଜଣାପଡିଛି।
ସେହିଭଳି ଭାରତରେ ମଧ୍ୟ ଆଉ ଅଳ୍ପଦିନର ବ୍ୟବଧାନ ପରେ ଟୀକା କରଣ କରାଯିବା ନେଇ ସୂଚନା ରହିଛି। ଏଥିପାଇଁ ଘରକୁ ଘର ସର୍ବେକ୍ଷଣ କରାଯିବ। ହୃତ୍ସମସ୍ୟା ଓ ମଧୁମେହ ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯିବ ବୋଲି ଜଣାପଡିଛି।
Comments are closed.