Latest Odisha News

ଜେଲରୁ ବାହାରିବା ପରେ ସ୍ତ୍ରୀଙ୍କ ସହ ସକାଳୁ ଚା’ ପିଇବାର ଫଟୋ ପୋଷ୍ଟ କଲେ ସିସୋଦିଆ, ଲେଖିଲେ ଏମିତି କିଛି

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ନେତା ମନୀଷ ସିସୋଦିଆ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୧୭ ମାସ ପରେ ଜେଲ୍ ରୁ ବାହାରିଛନ୍ତି । ଏନେଇ ଆଜି ସକାଳୁ ପତ୍ନୀଙ୍କ ସହ ଚା’ ପିଉଥିବାର ଫଟୋ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସିସୋଦିଆ ।

ଏହା ସହ ସିସୋଦିଆ ତାଙ୍କ ପୋଷ୍ଟ୍‌‌ରେ ଲେଖିଛନ୍ତି,’ସ୍ୱାଧୀନତାର ପ୍ରଥମ ସକାଳର ଚା’,୧୭ ମାସ ପରେ! ସେହି ସ୍ବାଧୀନତା ଯାହା ସମ୍ବିଧାନ ଆମ ସମସ୍ତ ଭାରତୀଙ୍କୁ ବଞ୍ଚିବାର ଅଧିକାରର ଗ୍ୟାରେଣ୍ଟି ରୂପରେ ଦେଇଛି । ସେହି ସ୍ବାଧୀନତା ଯାହା ଭଗବାନ ଆମକୁ ଖୋଲା ଆକାଶରେ ନିଃଶ୍ୱାସ ନେବାକୁ ଦେଇଛନ୍ତି’ ।

ଶୁକ୍ରବାର ସିସୋଦିଆ ୧୭ ମାସ ପରେ ଜେଲ୍ ରୁ ମୁକୁଳିବା ପରେ ସର୍ବ ପ୍ରଥମେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ଆଜି ଏକାଧିକ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଦଳୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀ ମାନଙ୍କୁ ଭେଟି ସମ୍ବୋଧନ କରିବେ ।

 

Comments are closed.