Latest Odisha News

BREAKING NEWS

ଭୁବନେଶ୍ୱରରେ ପ୍ରଥମ ଟାଇବକ୍ସ ପ୍ରତିଯୋଗିତା

ଭୁବନେଶ୍ୱର: ଆସନ୍ତା ମେ ୧ ରେ ପ୍ରଥମ କରି ରାଜ୍ୟସ୍ତରୀୟ ଟାଇବକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ବୁଦ୍ଧେଶ୍ୱରୀ କଲୋନୀ କମ୍ପ୍ଲେକ୍ସ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତରେ ବିଭିନ୍ନ ଜିଲ୍ଲାରୁ ୩୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗନେବେ।

ଟାଇବକ୍ସ ଏକ ସାମରିକ କ୍ରୀଡା ହୋଇଥିବାରୁ ଏହା ପ୍ରତି ଖୁବ ଆଗ୍ରହ ରହିଛି । ପ୍ରତିଯୋଗିତାରେ ଓଡିଶାର ସୁନାମଧନ୍ୟ ଖେଳାଳି ଏବଂ ପଦ୍ମଶ୍ରୀ ଦିଲିପ୍ ତିର୍କୀ ଅତିଥି ଭାବେ ଯୋଗ ଦେବେ ବୋଲି ଜଣାପଡିଛି ।

ପ୍ରତିଯୋଗିତା ପାଇଁ ମା ମଙ୍ଗଳା କ୍ଲବର ସଦସ୍ୟ ମାନେ ସହଯୋଗ କରିଛନ୍ତି ବୋଲି ଖେଳ ସଂଘ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଆନ୍ତର୍ଜାତୀୟ କିକ୍ ବକ୍ସର ବିଭୂତି ଭୂଷଣ ବେହେରା ସଂଘର ସଭାପତି ଥିବା ବେଳେ ପ୍ରକାଶ ବେହେରା କାର୍ଯ୍ୟକାରୀ ସଂପାଦକ ରହିଛନ୍ତି ।

Leave A Reply

Your email address will not be published.