Latest Odisha News

ବାହାଘର ମଜା ଫିକା କରିଦେଲା ଡକାୟତି

ସୋନପୁର: ଘରୁ ବାହାରିଥିଲେ ବାହାଘର ଭୋଜି ଖାଇ । ବିବାହରେ ବି ପହଂଚିଥିଲେ, ଭୋଜି ବି ଖାଇଥିଲେ । ହେଲେ ପେଟରେ ପଡିଥିବା ଭୋଜି ଭାତକୁ ହଜମ କରିବାକୁ ଦେଲାନି ଏକାକି ଡକାୟତ । ଶୁଣି ଅଡୁଆ ଲାଗୁଥିଲେ ବି ବିବାହ ସମାରୋହରେ ସାମିଲ ହୋଇ ଜଣେ ବ୍ୟକ୍ତି ଡକାୟତିର ଶିକାର ହେବା ଘଟଣା ସୁବର୍ଣ୍ଣପୁରରେ ଚାଂଚଲ୍ୟ ଖେଳାଇଦଇଛି ।

ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ତାଳପଦର ଗାଁର ଯୋଗେଶ୍ୱର କର୍ମୀ ନାମକ ଜଣେ ବ୍ୟକ୍ତି ନିଜ ମାମୁଁ ଝିଅ ବିବାହରେ ସାମିଲ ହେବାକୁ ସୋନପୁର ବିନିକା ଅଧିନସ୍ତ ବାଂଝିପଲିକୁ ଆସିଥିଲେ । ବାହାଘର କାମ ସାରି ସେ ବାଇକରେ ଘରକୁ ଫେରୁଥିବା ସମୟରେ ସାହାଜବାହାଲ ଛକ ନିକଟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା ।

ହାତ ଆଘାତପ୍ରାପ୍ତ ହେବା ପରେ ଯୋଗେଶ୍ୱର ତଳେ ପଡିଯାଇଥିଲେ । ଫଳରେ ସୁଯୋଗ ପାଇ ଅଜଣା ବ୍ୟକ୍ତି ଜଣକ ଯୋଗେଶ୍ୱରଙ୍କ ପକେଟରେ ଥିବା ନଗଦ ୧୩୦୦ ଟଙ୍କା ଧର ଚମ୍ପଟ୍ ମାରିଥିଲା । ସ୍ଥାନୀୟ ଲୋକେ ଆହତ ଯୋଗେଶ୍ୱରଙ୍କୁ ମହାଦେବପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇବା ସହ ବିନିକା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.