Latest Odisha News

BREAKING NEWS

ବିହାରରେ ବିଜେପିକୁ ରୋକିବାକୁ ସୋନିଆଙ୍କୁ ସାକ୍ଷାତ କରିବେ ଲାଲୁ

ନୂଆଦିଲ୍ଲୀ: ବିହାର ରାଜନୀତିରେ ପୁଣି ଏବେ ଲାଲୁଙ୍କ ଦବଦବା ଚାଲିଛି ।  ତାଙ୍କ ଦଳ ମେଂଟ ସରକାରକୁ ଆସିବା ପରେ ଏବେ ଫୁଲଦମରେ ଲାଗିପଡ଼ିଛନ୍ତି ଲାଲୁ ଯାଦବ । ବିହାରରେ ବିଜେପିକୁ ହରାଇବା ପାଇଁ ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବାକୁ କହିଛନ୍ତି । ବିହାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲାଲୁ ଯାଦବଙ୍କ ଦଳକୁ ଟାର୍ଗେଟ କରୁଥିବା ବେଳେ ବିହାରରେ ମହାଗଠବନ୍ଧନ ସରକାର ଆଗାମୀ ନିର୍ବାଚନକୁ ନେଇ ଏବେଠାରୁ ରଣନୀତି କରିବାରେ ଲାଗିପଡିଛି ।

ତେବେ ଅମିତ ଶାହାଙ୍କ ବିହାର ଗସ୍ତକୁ ନେଇ ଲାଲୁ କହିଛନ୍ତି ସେ ହିଁ କେବଳ ବିଜେପିକୁ ରୋକିପାରିବେ । ତେଣୁ ସେ ସୋନିଆ ଗାନ୍ଧୀଙ୍କ ସହ ଆଗାମୀ ରଣନୀତି ନେଇ ଆଲୋଚନା କରିବେ ।  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା, ତେବେ ସେ ପରେ ଭେଟିପାରନ୍ତି ।  ଲାଲୁ ଯାଦବ ଆହୁରି କହିଛନ୍ତି ଯେ ବିଜେପି କେବଳ  ବିହାରରୁ ସଫା ହୋଇନାହିଁ । ଆଗାମୀ ଦିନରେ ଦେଶରୁ ମଧ୍ୟ ସଫା ହେବ ।

Leave A Reply

Your email address will not be published.