ଭୁବନେଶ୍ୱର: ୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ । ନୂଆ ରୂପ ପାଇବ ଭୁବନେଶ୍ୱର ମହାନଗର ନିଗମ ଅଧୀନ ୪ ନମ୍ବର ମାଛ ମାର୍କେଟ । ଆଜି ସକାଳୁ ବିଏମସି କମିଶନର ଚଞ୍ଚଲ ରଣାଙ୍କ ସହ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ ।
ମେୟର କହିଛନ୍ତି ଯେ, ନୂଆ ଦୋକାନ, ପାର୍କିଂ ଓ ରାସ୍ତା ତିଆରି ହେବ । ଖୁବଶୀଘ୍ର ମାଛ ମାର୍କେଟରେ ଥିବା ବେଆଇନ୍ ଘରକୁ ଭଙ୍ଗାଯିବ । ଆମିଷ ଆବର୍ଜନାକୁ ଏଣେତେଣେ ନ ପକାଇ ପ୍ଲାଷ୍ଟିକ୍ ଡ୍ରମ୍ରେ ଆବର୍ଜନା ରଖିବାକୁ କୁହାଯାଇଛି । ନିର୍ଦ୍ଦେଶ ନମାନିଲେ ଅମାନିଆଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ବୋଲି ମେୟର କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ୪ ନମ୍ବର ମାଛ ମାର୍କେଟର ନବକଳେବର ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା । ଖାସ୍ କରି ମାଛ ମାର୍କେଟରେ ହେଉଥିବା ଭିଡ଼ ଏବଂ ବେଆଇନ୍ ପାର୍କିଂକୁ କିପରି ସଠିକ୍ ଭାବେ ପରିଚାଳନା କରାଯିବ । ସେନେଇ ଯୋଜନା କରାଯାଇଥିଲା । ଯାହାକୁ ନେଇ ଆଜି ସକାଳୁ ବିଏମସି କମିଶନର ଚଞ୍ଚଲ ରଣା ଓ ମେୟର ୪ ନମ୍ବର ମାର୍କେଟ ବୁଲି ତଦାରଖ କରିଛନ୍ତି ।
Comments are closed.