Latest Odisha News

BREAKING NEWS

ବାଲେଶ୍ୱରରେ ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟା

ବାଲେଶ୍ୱର: ମାଛ ବ୍ୟବସାୟୀଙ୍କୁ ବୀଭତ୍ସ ହତ୍ୟା । ପୋଲ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକଙ୍କ ନାଁ ରବି ସିଂ । ସେ ଜଣେ ମାଛ ବ୍ୟବସାୟୀ । ଗୋଲାପୋଲ ନିକଟରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।

ରବି ସିଂଙ୍କ ଶରୀରରେ ଏକାଧିକ ଆକ୍ରମଣର ଚିହ୍ନ ରହିଥିବାରୁ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ପୋଲିସ । ତେବେ କିଏ ଓ କାହିଁକି ରବିଙ୍କୁ ହତ୍ୟା କଲା ? ପୂର୍ବ ଶତ୍ରୁତା ନା ବ୍ୟବସାୟିକା ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଲା ? ପୋଲିସ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.