Latest Odisha News

BREAKING NEWS

ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଆହୁରି ୪ ଦିନ ଅନୁଭୂତ ହେବ ପ୍ରବଳ ଶୀତ

ଭୁବନେଶ୍ୱର: ଓଡ଼ିଶାରେ ହାଡ଼ଭଙ୍ଗା ଶୀତ । ଜାଡ଼ରେ ଥରୁଛନ୍ତି ଲୋକେ । ୨୬ତାରିଖ ଯାଏଁ ଶୀତର ଲହରୀ ଅଧିକ ରହିବ । ଫୁଲବାଣୀରେ ପାରଦ ୭ଡ଼ିଗ୍ରୀକୁ ଖସିଛି । ଉତ୍ତର- ପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବାହିତ ଶୁଷ୍କ ଥଣ୍ଡା ବାୟୁ ଯୋଗୁଁ ରାଜ୍ୟରେ ପାରଦ ଖସୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

BjdElectrycity

ଆସନ୍ତା ୩ରୁ ୪ ଦିନ ଯାଏଁ ରାଜ୍ୟର ତାପମାତ୍ରା ସାଧାରଣଠାରୁ ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ କମ୍ ରହିବ ।ରାଜ୍ୟର କେନ୍ଦ୍ରୀୟ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ଦୁଇ ଦିନ ଧରି ପ୍ରବଳ ଶୀତ ହେବ । ଶନିବାର ରାଜ୍ୟର ୧୨ ସହରର ତାପମାତ୍ରା ୧୨ ଡ଼ିଗ୍ରୀ ତଳେ ରହିଥିବା ରେକର୍ଡ଼ ହୋଇଛି ।

ସୁନ୍ଦରଗଡ଼ରେ ୯.୫ ରହିଥିବାବେଳେ ଦାରିଙ୍ଗିବାଡ଼ି ଓ କୋରାପୁଟରେ ପାରଦ ୭.୫ ରହିଛି । ଆଗକୁ ଆହୁରି ଶୀତ ବଢ଼ିବ । ଭୁବନେଶ୍ୱରରେ ପାରଦ ୧୩ ଡ଼ିଗ୍ରୀ ରହିଛି । ହାଡ଼ଭଙ୍ଗା ଶୀତକୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସକାଳୁ ସକାଳୁ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.