Latest Odisha News

BREAKING NEWS

ଶିଶୁ କବିତା : ସମୟ ମୂଲ୍ୟବାନ

ବନ୍ଦିତା ଦାଶ 

ପାଠ ଆମେ ପଢିବା
ଆମ ଦେଶ ଗଢିବା
ଠିକ୍ ସମୟରେ ଆମେ
ଠିକ୍ କାମ କରିବା ।

ସକାଳଟା ସଞ୍ଜ ହୁଏ
ସଞ୍ଜ ହୁଏ ରାତି
ଦିନ ଦିନ ବଢିଚାଲେ
ବଢିଚାଲେ ଗତି ।

ସାତଦିନ ମିଶିହୁଏ
ଗୋଟିଏ ସପ୍ତାହ
ଚାରି ସପ୍ତାହକୁ ନେଇ
ମାସଟିଏ କୁହ ।

ବାରମାସ ମିଶିଗଲେ
ହୁଏ ଏକ ବରଷ
ଛଅ ଋତୁ ଗୋଟା ଗୋଟା
ଥାଏ କେତେ ସରସ ।

ସମୟକୁ ସନମାନ
ଦିଏ ଯିଏ ଧରାରେ
ତା’ ମୁଣ୍ଡରେ ସୁନାପାଗ
ଫୁଲମାଳ ଗଳାରେ।

ପାଠ ଆମେ ପଢିବା
ପାଠ ସଙ୍ଗେ ଖେଳିବା
ସମୟର ତାଳେତାଳେ
ନିଜକୁ ବି ଗଢିବା ।

ଠକିବାନି ସମୟକୁ
ଠକିବାନି ପାଠକୁ
ଯିଏ ଠକେ ଏ ସବୁ
ନିଜେ ଠକେ ନିଜକୁ।

ଭାରି ମୂଲ୍ୟବାନ ଏଠି
ଏକାହିଁ ସମୟ
ତାଳଦେଇ ତା’ ସହ
ଚାଲ, ହେବ ବିଜୟ ।

ବନ୍ଦିତା ଦାଶ ,
କାଂଶବାହାଲ ।

Leave A Reply

Your email address will not be published.