Latest Odisha News

BREAKING NEWS

ଜାଲରେ ପଡିଲା ବିଚିତ୍ର ଜୀବ, ବେବି ଡ୍ରାଗନ୍ ?

ପୂର୍ବରୁ ରୋମନ୍ ବନିଶୀରେ ଅନେକ ପ୍ରକାର ବିଚିତ୍ର ମାଛ ଧରିଛନ୍ତି । ହେଲେ ଏହି ଜୀବକୁ ନେଇ ସେ ବିସ୍ମିତ ହୋଇଥିଲେ । କାହିଁକି ନା ଏହି ଜୀବଟି ଦେଖିବାକୁ ଠିକ୍ ବେବି ଡ୍ରାଗନ୍ ଭଳି

ଭୁବନେଶ୍ୱର: ୟୁକ୍ରେନ୍ ଉପରେ ଯୁଦ୍ଧର କଳା ବାଦଲ । ଏତିକି ବେଳେ ଋଷିଆରୁ ଆସିଛି ତାଜୁବକର ଖବର । ସମୁଦ୍ରରୁ ଧରାପଡିଛି ଏକ ଅଦ୍ଭୁତ ଜୀବ । ଦେଖଣାହାରୀ ଦାବି କରିଛନ୍ତି ଜୀବଟି ଅବିକଳ ବେବି ଡ୍ରାଗନ୍ ଭଳି ଦେଖାଯାଉଛି ।

ଋଷିଆର ରୋମନ୍ ଫେଡୋର୍ଟସୋ ନାମକ ଜଣେ ୩୯ ବର୍ଷୀୟ ବ୍ୟକ୍ତି ନରୱେ ସମୁଦ୍ରରେ ଜାଲ ପକାଇ ମାଛ ଧରୁଥିଲେ । ସେତିକିବେଳେ ହଠାତ୍ ତାଙ୍କ ଜାଲରେ ତୀବ୍ର କମ୍ପନ ସୃଷ୍ଟି ହୋଇଥିଲା । କାଳ ବିଳମ୍ବ ନକରି ରୋମନ ଜାଲ ଟେକିବା ମାତ୍ରେ ଆଖି ସାମ୍ନାକୁ ଆସିଥିଲା ଏହି ବିଚିତ୍ର ଜୀବ । ପୂର୍ବରୁ ରୋମନ୍ ଅନେକ ପ୍ରକାର ବିଚିତ୍ର ମାଛ ଧରିଛନ୍ତି । ହେଲେ ଏହି ଜୀବକୁ ନେଇ ସେ ବିସ୍ମିତ ହୋଇଥିଲେ । କାହିଁକି ନା ଏହି ଜୀବଟି ଦେଖିବାକୁ ଠିକ୍ ବେବି ଡ୍ରାଗନ୍ ଭଳି ।

ତେବେ ବହୁ ଚେଷ୍ଟାପ୍ରଚେଷ୍ଟା ପରେ ଶେଷରେ ଏହି ଜୀବଟିକୁ ଚିହ୍ନଟ କରାଯାଇପାରିଛି । ସ୍ଥାନୀୟ ଭାଷାରେ ଏହି ମାଛଟିକୁ ଚିମେରା କୁହାଯାଉଥିବାବଳେ ଏହାକୁ ଘୋଷ୍ଟ ସାର୍କ ମଧ୍ୟ କୁହାଯାଇଥାଏ । ଏହି ଜୀବର ଫଟୋକୁ ରୋମନ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯାହାର ରଙ୍ଗ ଗୋଲାପି, ବଡବଡ ଆଖି ଓ ଗୋଟିଏ ଲାଂଜ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.