Latest Odisha News

BREAKING NEWS

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ : ସ୍ୱାସ୍ଥ୍ୟ ପ୍ରତି ସେଚେତନ ରହିବା ନିହାତି ଆବଶ୍ୟକ

ଭୁବନେଶ୍ୱର : ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ସଫଳ ଜୀବନ ପାଇଁ ସୁସ୍ଥ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ୱାସ୍ଥ୍ୟ ଭଲ ନରହିଲେ ମଣିଷ ଠିକ୍ ଭାବେ ଜୀବନ ଯାପନ କରିପାରିବ ନାହିଁ । ସ୍ୱାସ୍ଥ୍ୟପ୍ରତି ସଚେତନ ରହିବା ଲାଗି ପ୍ରତିବର୍ଷ ଏପ୍ରିଲ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି । ତା ସହ ଆଜିର ଦିନରେ ଅର୍ଥାତ୍ ୧୯୪୮ ମସିହା ଏପ୍ରିଲ ୭ ତାରିଖଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଳୁଏଚଓ ପ୍ରତିଷ୍ଠା ହୋଇଥିଲା । ସାରା ବିଶ୍ୱରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟାର ନିବାରଣ ପାଇଁ ଏବ୍ଳୁଏଚଓ ପ୍ରତିଷ୍ଠା ହୋଇଥିଲା ।ସମସ୍ତ ରୋଗର ନିରାକଣର ପାଇଁ ଚେଷ୍ଟା କରିବା ଓ ଲୋକଙ୍କୁ ସତର୍କ କରାଇବା ହେଉଛି ଡବ୍ଳୁଏଚଓର କାର୍ଯ୍ୟ ।

ସ୍ୱାସ୍ଥ୍ୟ ହେଉଛି ଶାରୀରୀକ ମାନସିକ ଓ ସାମାଜିକ ସ୍ତରରେ ସୁସ୍ଥତା । ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଶାରୀରିକ ସ୍ୱାସ୍ଥ୍ୟ ଅପେକ୍ଷା ଅଧିକ ।ମଣିଷକୁ ଅନେକ ରୋଗ ଉଭୟ ଶାରୀରିକ ଓ ମାନସିକ କାରଣରୁ ହୋଇଥାଏ । ସମାଜରେ ଏବେ ଦେଖାଦେଉଛି ସାମାଜିକ ରୋଗମାନ ଦୃତ ଗତିରେ ବୃଦ୍ଧି ପାଉଛି । ନିଶା ସେବନ , ମଦ୍ୟପାନ, ଆକସ୍ମିକ ଦୁର୍ଘଟଣା ଭଳି ଅନେକ ସାମାଜିକ ରୋଗ ସମାଜକୁ ପଙ୍ଗୁ କରିସାରିଲାଣି ।ଏଥିରୁ ନିବୃତ୍ତ ରହିବା ନିହାତି ଆବଶ୍ୟକ ।

ମଣିଷକୁ ସୁସ୍ଥ୍ୟ ରହିବା ପାଇଁ ହେଲେ ଖାଦ୍ୟ ଓ ପାନୀୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଆବଶ୍ୟକତା ରହିଛି । ଗୋଟିଏ ଦିନ ଭିତରେ ମଣିଷକୁ ନିହାତି ପୃଷ୍ଟି କରି ଖାଦ୍ୟ ଖାଇବା ଆବ୍ୟଶ୍ୟକ  । ଖାଦ୍ୟରେ ପ୍ରଚୁର ପରିମାଣର ଫଳ , ପନିପରିବା, କ୍ଷୀର , ପ୍ରୋଟିନ ସମୃଦ୍ଧ ଜିନିଷ ରହିବା ଆବଶ୍ୟକତା ରହିଛି ।  ତା ସହ ସୁସ୍ଥ ରହିବା ପାଇଁ ଭଲ ନିଦ ହେବା ନିତ୍ୟାନ୍ତ ଆବଶ୍ୟକ । ଭଲ ନିଦ ଉଭୟ ଶରୀର ଓ ମନକୁ ପ୍ରଫୁଲ୍ଲିତ କରିଥାଏ ।

 

ନିଜ ଶରୀର ପାଇଁ ବ୍ୟାୟାମ ଓ ଯୋଗ ନିହାତି ଜରୁରୀ । ବ୍ୟାୟମ ଯୋଗ ଓଜନ କମାଇବା, ମାଂସପେଶୀକୁ ସୁସ୍ଥ ରଖିବା, ଆଣ୍ଠୁଗଣ୍ଠିକୁ ଚଳନକ୍ଷମ ପାଇଁ କରାଯାଏ ।ନିୟମିତ ବ୍ୟାୟାମ କଲେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ ।

 

ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିଥାଏ ।ପ୍ରତ୍ୟେକ ମଣିଷ ନିଜ ଜୀବନକୁ ସୁନ୍ଦର ଭାବେ ଉପଭୋଗ କରିବାକୁ ପସନ୍ଦ କରନ୍ତି । ସେଥିପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ ।

 

Leave A Reply

Your email address will not be published.