Latest Odisha News

ହିଜାବ ବିବାଦରେ ମୁଣ୍ଡ ଖେଳଉଛି ଅଲ-କାଏଦା, ବିଜେପି-କଂଗ୍ରେସର କଡ଼ା ସମାଲୋଚନା

କଂଗ୍ରେସ ନେତା ଅଜୟ ମାକେନ କହିଲେ, କର୍ଣ୍ଣାଟକ ଗୃହମନ୍ତ୍ରୀ ଆଉ ଅଲ-କାଏଦା ବର୍ତ୍ତମାନ ପରିସ୍ଥିତିକୁ ବିଭାଜନ କରୁଛନ୍ତି

ବେଙ୍ଗାଲୁରୁ: ହିଜାବ ବିବାଦରେ ବୁଧବାର ମୁଣ୍ଡ ପୁରେଇଛି ଅଲ-କାଏଦା । କର୍ଣ୍ଣାଟକ ହାଇକୋର୍ଟକୁ ବିରୋଧ କରି ମନ୍ତବ୍ୟ ରଖିଛନ୍ତି ଅଲ-କାଏଦା ମୁଖ୍ୟ ଏମାନ-ଅଲ-ଜୱାହିରି । ସେ ଏକ ୮ ମିନିଟ୍ ୪୩ ସେକେଣ୍ଟର ଭିଡିଓ ଜାରି କରିଛନ୍ତି । କର୍ଣ୍ଣାଟଙ୍କ ହାଇକୋର୍ଟଙ୍କ ରାୟକୁ ମୁସଲମାନ ବିରୋଧୀ ବୋଲ କହିଛନ୍ତି ।

‘ନାସ୍ତିକ ହିନ୍ଦୁ ଗଣତନ୍ତ୍ରର ମୃଗତୃଷ୍ଣାରୁ ଆମକୁ ବଞ୍ଚିବାକୁ ହେବ’ ବୋଲି କହିଛନ୍ତି ଅଲକାଏଦା ମୁଖ୍ୟ ଜୱାହିରି । ତା ସହ କର୍ଣ୍ଣାଟକରେ ହିଜାବ ବିବାଦରେ ସକ୍ରିୟ ମନ୍ତବ୍ୟ ରଖୁଥିବା ଏବଂ ପ୍ରତିବାଦ କରୁଥିବା ମୁସ୍କାନ ଖାନଙ୍କୁ ସେ ପ୍ରଶଂସା କରିଛନ୍ତି ।

ପ୍ରତିକ୍ରିୟାସ୍ୱରୂପ ଉଭୟ କଂଗ୍ରେସ ଏବଂ ବିଜେପି ଅଲ-କାଏଦା ମନ୍ତବ୍ୟକୁ ଦୃଢ଼ ବିରୋଧ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ, ଅଲକାଏଦାକୁ ଏହି ନିୟମ ହଜମ ନ ହେଇପାରେ । ହେଲେ ଭାରତୀୟ ମୁସଲମାନ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ।

ହିମନ୍ତ କହିଛନ୍ତି, ଯଦି ସ୍କୁଲରେ ଧର୍ମୀୟ ପୋଷାକକୁ ଅନୁମତି ମିଳିବ । ତାହେଲେ ବିଭିନ୍ନ ଧର୍ମ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯିବ । ଆଉ ସ୍କୁଲରେ ଧର୍ମୀୟ ପୋଷାକ ଓ ଅଭ୍ୟାସର ସ୍ତର ପାଲଟିବ ।

ସେପଟେ, କଂଗ୍ରେସ ମଧ୍ୟ ଏହାକୁ ବିରୋଧ କରି ମତ ରଖିଛି । ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ ବେଙ୍ଗାଲୁରୁ ଗସ୍ତରେ ଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ଏହା ବିରୋଧରେ କହିଛନ୍ତି । ଅଜୟ କହିଛନ୍ତି ‘ଅଲ-କାଏଦା ଏକ ନିଷିଦ୍ଧ ସଂଗଠନ । ଏହା ଉପରେ ପ୍ରତିବନ୍ଧକ ଲାଗିଛି । ଭାରତର ଆଭ୍ୟନ୍ତରୀଣ ମାମଲାରେ ଅଲ-କାଏଦା ମତ ରଖିବାର କୌଣସି ଅଧିକାର ନାହିଁ’ ।

ଏହା ସହିତ ମାକେନ କହିଛନ୍ତି ଯେ, କର୍ଣ୍ଣାଟକ ଗୃହମନ୍ତ୍ରୀ ଓ ଅଲ-କାଏଦା ମୁଖ୍ୟ ଉଭୟ ବର୍ତ୍ତମାନର ପରିସ୍ଥିତିକୁ ବିଭାଜନ କରୁଛନ୍ତି । ଅଲ-କାଏଦାର ଭିଡିଓ ଆସିବାରେ ଗୃହମନ୍ତ୍ରୀ ଆରଗ ଜ୍ଞାନେନ୍ଦ୍ର କହିଛନ୍ତି ଯେ, ‘ହିଜାବ ବିବାଦ ପଛରେ କିଛି ଅଦୃଶ୍ୟ ହାତ ଅଛି । ଯାହା ଅଲ-କାଏଦା ସହ କିଛି ସଂପର୍କ ଥାଇପାରେ’ ।

Leave A Reply

Your email address will not be published.