ଭୁବନେଶ୍ବର: ଦୁଇ ମାସ ଯାଏଁ ସମୁଦ୍ରକୁ ଯାଇପାରିବେ ନାହିଁ ମତ୍ସ୍ୟଜୀବୀ । ରାଜ୍ୟର ପୂର୍ବ ଉପକୂଳ ଗୁଡିକରେ ଆସନ୍ତା ୧୫ ତାରିଖରୁ ସାମୁଦ୍ରିକ କଟକଣା ଲାଗୁ ହେବ । ଏନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ୧୧ ତାରିଖରେ ନୋଟିସ ଜାରି କରାଯାଇଛି ।
ନୋଟିସ ନଂ. ୪୦୩୮ରେ ରହିଛି ଯେ, ଏହି ସମୟରେ ସମୁଦ୍ରରେ ମାଛ ବଂଶ ବୃଦ୍ଧି ଓ ଯାଆଁଳ ସୁରକ୍ଷା ପାଇଁ ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ୬୧ଦିନ ସମୁଦ୍ର ମଧ୍ୟରେ ମାଛଧରା କଟକଣା ଲାଗୁ କରାଯିବ । ଉକ୍ତ ନିୟମ ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ ଲାଗୁ ହେବ ।
ଏହି କ୍ରମରେ ରାଜ୍ୟର ବୃହତ୍ତମ ପାରାଦୀପ ମାଛଧରା ବନ୍ଦରରେ ରବିବାର ଠାରୁ ବୋଟ୍ ଗୁଡିକୁ ବର୍ଥରେ ବନ୍ଧା ଯାଇଛି । ପ୍ରାୟ ୯୦ ପ୍ରତିଶତ ବୋଟ୍ ବର୍ଥରେ ପହଞ୍ଚଛି । ଅବଶିଷ୍ଟ ବୋଟ୍ ସୋମବାର ସନ୍ଧ୍ୟା ସୁଦ୍ଧା ଫେରିବ ବୋଲି ଜଣାପଡିଛି । ତେବେ ଏହି ମାଛଧରା ବନ୍ଦ ରହିବା ସମୟରେ ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀ ପରିବାର ଲୋକଙ୍କ ରୋଜଗାର ବାଧାପ୍ରାପ୍ତ ହେବ ।
Comments are closed.