ନୂଆଦିଲ୍ଲୀ: ଗୋଆର ଉତ୍ତର-ପଶ୍ଚିମ ସମୁଦ୍ରରେ ଭାରତୀୟ ନୌସେନା ସହିତ ଏକ ଦୁର୍ଘଟଣା ଘଟିଛି। ଭାରତୀୟ ନୌସେନା ଜାହାଜ ସହ ପିଟି ହେଲା ମାଛଧରା ବୋଟ୍। ଗୋଆ ସମୁଦ୍ର କୂଳରୁ ୭୦ କିମି ସମୁଦ୍ର ମଝିରେ ଗତ ସନ୍ଧ୍ୟାରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ମତ୍ସ୍ୟଜୀବୀ ଜାହାଜରେ ୧୩ ଜଣ କର୍ମଚାରୀ ଥିଲେ। ନୌସେନା ଏହି ୧୧ ଜଣଙ୍କୁ ସଫଳତାର ସହ ଉଦ୍ଧାର କରିଛି।
ଗୋଆର ଉତ୍ତର ପଶ୍ଚିମ ସମୁଦ୍ରରେ ଗତକାଲି ସନ୍ଧ୍ୟାରେ ଭାରତୀୟ ନୌସେନାର ଏକ ଜାହାଜ ଯାଉଥିଲା। ଉକ୍ତ ସମୟରେ ସମୁଦ୍ରରେ ଥିବା ଏକ ମାଛ ଧରା ବୋଟ୍ ସହ ଜାହାଜଟି ପିଟି ହେଲା। ଫଳରେ ବୋଟଟି ଛିନଛତ୍ର ହୋଇ ଯାଇଥିବା ବେଳେ ସେଥିରେ ଥିବା ୧୩ ଜଣ ପାଣିରେ ଖସି ପଡ଼ିଥିଲେ।
ନୌସେନା ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମାତ୍ର ଆଉ ୨ ଜଣଙ୍କ ପତ୍ତା ମିଳୁ ନ ଥିବା ଜଣାଯାଇଛି। ଏଥିନିମନ୍ତେ MRCC ମୁମ୍ବାଇ ସହ ଯୋଗାଯୋଗ କରାଯାଉଥିବା ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବା ନୌସେନା ପକ୍ଷରୁ କୁହାଯାଇଛି।
Comments are closed.