ପାରାଦୀପ: ପାରାଦୀପ ଉପକୂଳ ସମୁଦ୍ରରେ ମଙ୍ଗଳବାର ଭୋର୍ ସମୟରେ ଏକ ମାଛଧରା ଟ୍ରଲର୍ କୌଣସି କାରଣବଶତଃ ବ୍ଲାକରୋଜ୍ ଜାହାଜ ସହ ପିଟି ହେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ମିଳିଥିବା ସୂଚନାନୁଯାୟୀ ଟ୍ରଲରଟି ମାଛ ଧରି ନେହେରୁ ବଙ୍ଗଳା ମାଛଧରା ବନ୍ଦର ଅଭିମୁଖେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ଟ୍ରଲରଟି ସମୁଦ୍ରରେ ବୁଡିଯାଇଥିବା ବେଳେ ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷତି ଭାବେ ଅନ୍ୟ ଏକ ଡଙ୍ଗା ଜରିଆରେ ଉଦ୍ଧାର କରାଯାଇଥିବା ନେଇ ଜଣାପଡିଛି ।
ତେବେ ଘନକୁହୁଡି ଯୋଗୁଁ ଟ୍ରଲର ଚାଳକ ଉକ୍ତ ବ୍ଲାକ୍ ରୋଜ ଜାହାଜକୁ ଦେଖିନପାରିବାରୁ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ, ୨୦୦୯ ମସିହାରେ ଉକ୍ତ ବ୍ଲାକରୋଜ୍ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ବୁଡିଯାଇଥିଲା ।
Comments are closed.