Latest Odisha News

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟସ୍ଥ ଶାଲୁଆ ଛକ ଅଞ୍ଚଳରେ ମଙ୍ଗଳବାର ଏକ ହାତୀ ଆକ୍ରମଣରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତକ ଜଣକ ହୃଦୟାନନ୍ଦ ମଲ୍ଲିକ ଏବଂ ତାଙ୍କ ଘର ଗୋଦରବିଲି ଗ୍ରାମରେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ଆଜି ସକାଳେ ଶୌଚ ହେବା ପାଇଁ ବାହାରକୁ ଯାଇଥିବା ବେଳେ ଦୁର୍ଭାଗ୍ୟବଶତଃ ସେ ଅଚାନକ ହାତୀ ଆକ୍ରମଣର ଶିକାର ହୋଇଥିଲେ । ପରେ ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଏନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.