Latest Odisha News

BREAKING NEWS

ଫିଟ୍ ଜେଜେମା: ଡେଟିଂ ପାଇଁ ଆସୁଛି ବହୁ ଅଫର, ହେଲେ ଜେଜେମାଆ କରୁଛନ୍ତି ରିଜେକ୍ଟ

କାନାଡ଼ା: ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କ ବୟସଠାରୁ କମ ବୟସର ଦେଖାଯାଆନ୍ତି । ସେମିତି ଆଉ କିଛି କମ ବୟସର ଲୋକମାନେ ବୟସ୍କ ଦେଖାଯାଆନ୍ତି । ଆଉ କିଛିକୁ ସେମାନଙ୍କର ସଠିକ୍ ବୟସକୁ ଚିହ୍ନିବା କଷ୍ଟକର ହୋଇପଡ଼େ । କାନାଡ଼ାର ଏମିତି ଜଣେ ମହିଳା ଅଛନ୍ତି, ଯିଏ ଜେଜେମା ବୟସରେ ୨୫ ବର୍ଷ ବୟସ୍କା ଯୁବତୀଙ୍କୁ ବି ପଛରେ ପକାଇଦେବେ । ଏବେ ତାଙ୍କ ପ୍ରେମରେ ଯୁବକମାନେ ପାଗଳ । ଏହାକୁ ନେଇ ଏହି ବୃଦ୍ଧା ଜଣକ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ।

କାନାଡାର ବାସିନ୍ଦା ନିନେଟ ଲଙ୍ଗସୱର୍ଥ । ସେ ୩ ସନ୍ତାନର ମାଆ । ତାଙ୍କର ଗୋଟେ ନାତି ବି ଅଛି । ହେଲେ ଏବେ ତାଙ୍କ ଶରୀର ଗଠନ ଏବଂ ବୟସ ଆଦୌ ମେଳ ଖାଉ ନାହିଁ । ଲୋକମାନେ ପ୍ରାୟତଃ ତାଙ୍କୁ ୨୫ ବର୍ଷର ଯୁବତୀ ଭାବରେ ବିବେଚନା କରନ୍ତି । ଏବେ ତାଙ୍କୁ ଡେଟିଂ ଅଫରର କୌଣସି ଅଭାବ ନାହିଁ । ୨୪ ବର୍ଷ ଧରି ଖୁସିରେ ବୈବାହିକ ଜୀବନ କାଟିବା ପରେ ଏବେ ସେ ଏକୁଟିଆ ରହୁଛନ୍ତି । ନିଜକୁ ଫିଟ୍ ରଖିବା ପାଇଁ ଅଧିକାଂଶ ସମୟ ଜିମ୍‌ରେ କାଟୁଛନ୍ତି । ଏହାର ପ୍ରଭାବ ତାଙ୍କ ସୁସଜ୍ଜିତ ଶରୀର ଉପରେ ଦୃଶ୍ୟମାନ ହେଉଛି ।

ନିନେଟ୍ ସୋସିଆଲ ମିଡ଼ିଆରେ ଖୁବ୍ ସକ୍ରୀୟ । ତାଙ୍କର ଇନଷ୍ଟାଗ୍ରାମରେ ଲକ୍ଷାଧିକ ଫଲୋଅର୍ସ ଅଛନ୍ତି । ତାଙ୍କ ଫଟୋ ଦେଖି ଯୁବକମାନେ ତାଙ୍କ ପ୍ରେମରେ ପାଗଳ । ତାଙ୍କ ସହ ଡ଼େଟିଂରେ ଯିବାକୁ ଅନେକ ଅଫର ବି ଦିଅନ୍ତି, ହେଲେ ନିନେଟ୍ ସେସବୁ ରିଜେକ୍ଟ କରିଦିଅନ୍ତି । ଏଥିପାଇଁ ତାଙ୍କର ପ୍ରଥମ ଏବଂ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି ସେ ଯେଉଁ ପୁଅଙ୍କ ସହ ଡ଼େଟିଂରେ ଯିବେ,ସେ ତାଙ୍କ ପୁଅଠାରୁ ବଡ଼ ହେବା ଦରକାର । ୨୨-୨୩ ବର୍ଷର ପୁଅମାନଙ୍କ ଠାରୁ ବେଶୀ ଡେଟିଂ ଅଫର୍ ପାଉଛନ୍ତି, ଯାହାଙ୍କୁ ସେ ପସନ୍ତ କରୁ ନାହାନ୍ତି ।

Comments are closed.