Latest Odisha News

BREAKING NEWS

୨୧ ବର୍ଷ ପରେ ମିଳିଲା ୧୫ କୋଟିର ହୀରା

କୋଲକାତା: କୋଲକାତା ହାଇକୋର୍ଟ ୨୧ ବର୍ଷ ତଳର ଏକ ହୀରା ଚୋରୀ କେସର ସମାଧାନ କରିଛନ୍ତି । ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ହୀରା ମାଲିକଙ୍କୁ ଫେରାଇ ଦିଆଯାଇଛି । କେସ ସମାଧାନ ପରେ ବିଚାରପତି ଜୟ ବାବା ଫେଲୁନାଥ କହିଥିଲେ । ସତ୍ୟଜିତ ରାୟଙ୍କ ଚର୍ଚ୍ଚିତ ଫିଲ୍ମ ଜୟ ବାବା ଫେଲୁନାଥ ଶୈଳୀରେ ଚୋର ହୀରାକୁ ଲୁଚାଇ ରଖିଥିଲା । ୨୦୦୨ରେ ପ୍ରଣବ କୁମାର ରାୟ ତାଙ୍କ ସୁନା ମୁଦିକୁ ତିଆରି କରିବା ପାଇଁ ବଣିଆଙ୍କୁ ଖୋଜିଥିଲେ । ଏହି ମୁଦିରେ ଉପରୋକ୍ତ ହୀରା ଲାଗିଥିଲା । ଡାଇମଣ୍ଡ ବ୍ରୋକର ଇନ୍ଦ୍ରଜିତ ତାପଦାର ଜଣେ ବଣିଆଙ୍କୁ ନେଇ ତାଙ୍କ ପାଖକୁ ଯାଇଥିଲେ । ସେଠାରେ ବନ୍ଧୁକ ଦେଖାଇ ସେମାନେ ତାଙ୍କଠାରୁ ହୀରା ନେଇ ଯାଇଥିଲେ । ଏହା ୩୨ କ୍ୟାରେଟର ଏକ ଦାମୀ ଗୋଲକୁର୍ଣ୍ଣ ହୀରା ଥିଲା । କେସ ରୁଜୁ ହେବା ପରେ ପୋଲିସ ଇନ୍ଦ୍ରଜିତଙ୍କୁ ଖୋଜିଥିଲା ।

ବହୁ ଦିନ ପରେ ପୋଲିସ ତାଙ୍କ ଠିକଣା ପାଇଥିଲା । ଘରେ ବହୁତ ଖୋଜାଖୋଜି ପରେ ହୀରା ମିଳି ନ ଥିଲା । ପୋଲିସ ନିରାଶରେ ଫେରି ଆସୁଥିବା ବେଳେ ମିଟରବକ୍ସ ନିକଟରେ ଏକ ସୁଇଚ ବୋର୍ଡ ଲାଗିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାକୁ ଖୋଲାଯିବା ପରେ ଏଥିରୁ ହୀରା ମିଳିଥିଲା । ସତ୍ୟଜିତ ରାୟଙ୍କ ଫିଲ୍ମରେ ଚୋର ଚୋରୀ କରିବା ପରେ ହୀରାକୁ ବାଘ ମୁର୍ତି ମଧ୍ୟରେ ଲୁଚାଇ ଦେଇଥିଲା । ବିଚାରପତି କେସର ଶୁଣାଣୀ କରି ଚୋରକୁ ୨ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି । ଅପରପକ୍ଷରେ ପ୍ରଣବଙ୍କୁ ୨କୋଟି ଟଙ୍କାର ବଣ୍ଡ ଓ ହୀରାର ପ୍ରକୃତି ଓ ଚରିତ୍ର ନ ବଦଳାଇବାକୁ କହିଛନ୍ତି ।

Leave A Reply

Your email address will not be published.