Latest Odisha News

ଆରଟିଓ କାର୍ଯ୍ୟାଳୟ ମାନଙ୍କରେ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଆର.ଟି.ଓ କାର୍ଯ୍ୟାଳୟ ମାନଙ୍କରେ ପ୍ରବଳ ଭିଡ଼ ହେଉଥିବା ଲକ୍ଷ୍ୟ କରାଯାଇଛି । ଏହି ଭିଡ଼କୁ ଏଡ଼ାଇବା ପାଇଁ ସମ୍ପୃକ୍ତ ଆରଟିଓ କାର୍ଯ୍ୟାଳୟ ମାନଙ୍କରେ ଅତିରିକ୍ତ କେନ୍ଦ୍ରମାନ ଖୋଲାଯିବା ନେଇରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ୫ଟି ଅତିରିକ୍ତ କେନ୍ଦ୍ର ଖୋଲାଯିବ ବୋଲି ପରିବହନ ବିଭାଗର ଶାସନ ସଚିବ ଜି. ଶ୍ରୀନିବାସ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଭିଡ଼କୁ ଦେଖି ଅନ୍ୟାନ୍ୟ ସହର ମାନଙ୍କରେ ଥିବା ଆରଟିଓ କାର୍ଯ୍ୟାଳୟ ମାନଙ୍କରେ ଅନୁରୂପ ଭାବେ ଏହି ଅତିରିକ୍ତ କେନ୍ଦ୍ର ସବୁ ଖୋଲାଯିବ ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ୪ଟି ଏବଂ ଖୋର୍ଦ୍ଧାରେ ଗୋଟିଏ ଅତିରିକ୍ତ କେନ୍ଦ୍ର ଖୋଲାଯିବ । ଏହା ବ୍ୟତୀତ ଛୁଟି ଦିନ ମାନଙ୍କରେ ମଧ୍ୟ ଏହି କାର୍ଯ୍ୟାଳୟ ଗୁଡ଼ିକ ଖୋଲାରହିବ । ଅତିରିକ୍ତ କେନ୍ଦ୍ର ମାନଙ୍କରେ ଲର୍ଣ୍ଣିଂ ଲାଇସେନ୍ସ ମିଳିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.